Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Aishwarya Mishra

Inspirational Children

3  

Aishwarya Mishra

Inspirational Children

ଉପଦେଶ ବାଣୀ

ଉପଦେଶ ବାଣୀ

1 min
192



ଶୁଣ ବାଳକେ ଦେଇ ମନ 

ବିନୟେ କର ହେ ଶ୍ରବଣ ।


ଗୁରୁଙ୍କ ଉପଦେଶ ବାଣୀ

ମାନିଲେ ନିଶ୍ଚେ ହେବ ଗୁଣୀ।


ମାତା ପିତା ଓ ଗୁରୁଜନ

ସଭିଁଏ ଈଶ୍ଵର ସମାନ ।


କଥାକୁ ତାଙ୍କର ମାନିବ

ବିପଦେ କେବେ ନ ପଡ଼ିବ ।


ମାତା-ପିତାଙ୍କୁ ଯେ ସେବିବ

ନିଶ୍ଚୟ ବଡ଼ ଲୋକ ହେବ ।


ଏବେ ଶୁଣ ଯେ ହେତୁ କରି

କଥା ସମସ୍ତ ଉପକାରୀ।


ଜୀବନେ ପାଳନ କରିଲେ

ସୁନା ପିଲାଏ ହେବ ଭଲେ।


ସକାଳୁ ଶଯ୍ୟା ତ୍ୟାଗ କରି

ପ୍ରଣାମ କରିବ ଶ୍ରୀହରି ।


ତତ୍ପରେ ନିତ୍ୟକର୍ମ ସାରି

ବ୍ୟାୟାମ କର ହେତୁ କରି ।


ଶରୀର ରହିବ ନିରୋଗ 

ପାଖକୁ ନ ଆସିବ ରୋଗ।


ବିଷ୍ଣୁ ଚରଣେ ରଖି ଧ୍ୟାନ 

ପାଠ ପଢାରେ ଦେବ ମନ ।


ବିଦ୍ୟା ଅଟଇ ତୁମ୍ଭ ମିତ୍ର

ସାହାଯ୍ୟ କରିବ ସର୍ବତ୍ର।


ବିଦ୍ୟା ଅଟଇ ତୁମ୍ଭ ବଳ

ଜିତିବ ନିଶ୍ଚେ ଭୂମଣ୍ଡଳ ।


ବିଦ୍ୟା ଅର୍ଜନେ ଦେବ ମନ 

ନିଶ୍ଚୟ ହୋଇବ ମହାନ।


କହିବ ସଦା ମିଠା କଥା

ହରିବ ସଭିଁଙ୍କର ବ୍ୟଥା।


ମଧୁର ବିନୟ ବଚନ

କହି ତୋଷିବ ଜନ ମନ ।


ହୋଇବ ସଦା ମିଷ୍ଟଭାଷୀ 

କର୍ମଠ ନିର୍ଭୀକ ସାହାସୀ।


ଖଳ ସ୍ଵଭାବ ଯାହାଙ୍କର

ହୋଇବ ତାଙ୍କ ଠାରୁ ଦୂର।


ସାଧୁ ଲୋକଙ୍କ ସଙ୍ଗତରେ

ରହିବ ଆନନ୍ଦ ମନରେ।


ନିର୍ମଳ ରଖିଣ ସ୍ଵଭାବ

ଜ୍ଞାନ ଅର୍ଜନେ ମନ ଦେବ ।


ହୃଦୟେ ସ୍ମରିବ ଈଶ୍ଵର

ଦୂର ହୋଇବ ଅହଂକାର ।


ତାମସ ଭାବନା ସକଳ

ନିଶ୍ଚୟ ହୋଇବ ଯେ ଦୂର ।


ପିତା-ମାତାଙ୍କ ଚରଣରେ

ରଖିବ ଧ୍ୟାନ ନିରନ୍ତରେ।


ଲଭିଲେ ତାଙ୍କର ଆଶିଷ

ହୋଇବ ଉତ୍ତମ ମଣିଷ।


ଥିଲା ଏ ହିତ ଉପଦେଶ

ମାନିଲେ ଅରଯିବ ଯଶ ।


ଜୀବନେ ମିଳିବ ସୁନାମ

ପିତା-ମାତା ଯେ ହେବେ ଧନ୍ୟ ।।


Rate this content
Log in