Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Kalandi pal

Inspirational

3  

Kalandi pal

Inspirational

ଉଚ୍ଛୁଳା ପ୍ରେମ

ଉଚ୍ଛୁଳା ପ୍ରେମ

1 min
119



ଉଚ୍ଛୁଳା ପ୍ରେମ   ଭାରି ତା ଦମ୍

    ମାନେନା ବନ୍ଧ ବାଡ

କୁକୁର ପରି     ସମ୍ମାନ ହାରି 

    ଖାଏ ଚପଲ ମାଡ଼।


କିଏ କାହାକୁ    ରସେ ମନକୁ

   ଦେଖି କା ରୂପ ଭେକ

ନ ଦେଖି ରୂପ   ବୟସ ମାପ

   ଅମାପ ପ୍ରେମ ଦେଖ ।।


କିଏ ଫସଇ    ଛୁଆ ତା' ଥାଇ

   ଷୋଳ ବୟସୀ ଫାଶେ

ଚାରି ଦଉଡ଼ି  କଟା କେ ହୋଇ

    ଦରବୁଢ଼ୀକୁ ରସେ ।।


ରୂପ ଯୌବନ    ବୟସ ମାନ

    ନ ଦେଖି ହୁଏ ପ୍ରେମ

କିଏ ସେ ଫଶେ  ଆଇନ ଫାଶେ

    ନ ପାଏ ଆଉ ଦମ୍ ।।


ଅନ ଲାଇନ     ମଧୁର ପ୍ରେମ

    ସାଜେ ଜୀବନ କାଳ

କିଏ ଛାଡ଼ୁଛି      ଛୁଆକୁ ଏଠି 

    କିଏ ବା ପରିବାର ।।


ବାୟା କଲାଣି    ଅନ ଲାଇନ

    ପ୍ରେମ ସଭିଙ୍କୁ ଏଠି

ଦେଖୁନି ପ୍ରେମ   ରୂପ ଯୌବନ

   ବୟସ ମାପ କାଠି ।।


ପ୍ରେମରେ ପକା   ତରିକା ଏକା

     ରଙ୍ଗ ନମ୍ବର ଟିଏ

ରଙ୍ଗ ନମ୍ବର      ହୁଏ ନିଜର

    ଦିନ କେଇଟା ଯାଏ ।।


ଈଶ୍ୱର ଏଠି      କରନ୍ତି ରାତି

   ପ୍ରେମ ସାକାର ପାଇଁ

ଖୁଲମ୍ ଖୁଲା    ଦିନରେ ପରା

    ଦେହରେ ବସ୍ତ୍ର ନାହିଁ ।।


ବୟସାଧିକ     ଯାଏନି ପାର୍କ

    ସରମ ଆସେ ମାଡ଼ି

ପ୍ରେମ ନଗର    ନାମଟି ତାର

   ପ୍ରେମୀ ଯୁଗଳ ଯୋଡ଼ି ।।


ପ୍ରେମ ଶାଶ୍ଵତ  ଯୁଗେ ଯୁଗେ ତ

    ହେଉଛି କଳୁଷିତ

ପ୍ରେମେ କଳଙ୍କ  ବୋଳି ନରକ

   ପଥେ ପଥିକ ସେତ ।।


Rate this content
Log in