ତୁମକୁ ଖୋଜୁଛି
ତୁମକୁ ଖୋଜୁଛି


ଖୋଜିଛି ତୁମକୁ ସାଗର ଜଳରେ ଖୋଜିଛି ଗିରି କାନନେ,
ଖୋଜିଛି ତୁମକୁ ଗଗନେ ପବନେ ଖୋଜେ ନିତି ପ୍ରତି ସ୍ଥାନେ !
ଖୋଜିଛି ତୁମକୁ ଅନନ୍ତ ଆକାଶେ ଖୋଜିଛି ଦିଗୁ ଦିଗନ୍ତ,
ଖୋଜିଛି ତୁମକୁ ମାଟି ଓ ମଟାଳେ ମୁଁ ଖୋଜେ ଆକୁଳେ ତୁରନ୍ତ !
ଖୋଜିଛି ତୁମକୁ ରେଣୁରେ ଅଣୁରେ ଖୋଜେ ସୁକ୍ଷ୍ମ ସ୍ଥୂଳ ସ୍ଥାନେ,
ଖୋଜିବା ସରେନି ଆଶା ମୋ ମରେନି ଖୋଜେ ପୁଣି ମନେ ମନେ !
ବଡ ଦେଉଳରେ ଖୋଜିଛି ତୁମକୁ ଗୀର୍ଜାରେ ଖୋଜିଛି ଯାଇ,
ମସଜିଦି ଗୁରୁଦ୍ବାରେ ମୁଁ ଭାବିଛି ତୁମକୁ ଖୋଜିବି ଯାଇ !
ଖୋଜିଛି ତୁମକୁ ଜୀବ ଜୀବାତ୍ମାରେ ଖୋଜିଛି ପଥପ୍ରାନ୍ତରେ,
ଯେତେ ଖୋଜୁଥିଲେ କେମିତି ପାଇବି ତୁମେ ପରା ମୋ ଅନୁରେ !
ସତରେ ଠାକୁରେ ରହିଛ ଅନ୍ତରେ ମୁଁ ମରିଚିକା ପଛେ ଧାଏଁ,
ଏ ଚନ୍ଦ୍ରକାନ୍ତ କୁ ଦେଖାଦେବ କି ହେ ଖୋଜିବିନି ଆଉ ହାଏ ।।