Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mahesweta Panigrahi

Romance

3  

Mahesweta Panigrahi

Romance

ତୁମକୁ ହିଁ ଭଲପାଏ

ତୁମକୁ ହିଁ ଭଲପାଏ

1 min
220


ତୁମ ଅପେକ୍ଷା ର ଇନ୍ଦ୍ରଧନୁ ଏଠି

ସାତ ରଙ୍ଗ ବିଞ୍ଚି ଦିଏ 

ତୁମ ପୀରତିର ପୀୟୂଷ କୁସୁମ

ମନେ ବାସ୍ନା ଭରି ଦିଏ।


ତୁମ ଭାବ ନେଇ ଲାଜେଇ ରାତି ଟି

ଅସୁମାରୀ ସ୍ୱପ୍ନ ଦିଏ 

ତୁମ ସଙ୍ଗେ ଯେଉଁ ସୁନ୍ଦର ମୁହୂର୍ତ୍ତ

ଭାବନାରେ ରଚି ନିଏ।


ତୁମ ମହକରେ ହୁଏ ପୁଲକିତ

ଅମାନିଆ ମନଟିଏ 

ତୁମ ଗୀତ ସୁରେ ହୁଏ ଅନୁରାଗୀ

ସଙ୍ଗୀତେ ସଜେଇ ହୁଏ।


ତୁମ ସାନ୍ନିଧ୍ୟରେ ଏତେ ଯେ କୁହୁକ

ରହିବାକୁ ଇଚ୍ଛା ହୁଏ 

ତୁମ କଥାର ସେ ଶବ୍ଦପୁଞ୍ଜ ଖାଲି

ମନେ ମୋର ଭାସୁଥାଏ।


ତୁମେ କୁହ ଏହା ପ୍ରେମ ବୋଲି କିନ୍ତୁ

ଯାଦୁ ପ୍ରାୟ ମନେ ହୁଏ 

ତୁମ ସମ୍ମୁଖରେ ବଚନ ନ ସ୍ଫୁରେ

ତୁମ ପଛେ ଭାଳି ହୁଏ।


ତୁମ ସହ ଦିନ ବଞ୍ଚିହୁଏ ଏକା

ସହଜ ବି ମନେ ହୁଏ 

ତୁମେ ଉପଶମ ସବୁ ଯନ୍ତ୍ରଣାର

ତୁମକୁ ହିଁ ଭଲପାଏ।



Rate this content
Log in