Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shibanand Banchhor

Romance

3  

Shibanand Banchhor

Romance

ତୁମକୁ ଦେଖିଲା ପରେ

ତୁମକୁ ଦେଖିଲା ପରେ

1 min
253



ତୁମକୁ ଦେଖିଲା ପରେ 

ଓଲଟ ପାଲଟ ହୋଇଯାଏ 

ମୋ ଜୀବନର ଗଣିତ

ନା ମିଶାଣ, ନା ଫେଡାଣ 

କିଛି ବି ସଠିକ ହୁଏନି  

ଜୀବନର ଅଙ୍କକଷାରେ ।।


ତୁମକୁ ଦେଖିଲା ପରେ 

ଜୀବନର ଫିଜିକ୍ସରେ 

ଜାଣିପାରେନି ଫରକ

ପ୍ରତିକଳ୍ପନ ଓ ପ୍ରତିସରଣ ମଧ୍ୟରେ ।।


ତୁମକୁ ଦେଖିଲା ପରେ 

ସମୟ ବି ରହିଯାଏ ଥରୁଟିଏ ପାଇଁ

ଠିକ୍ ବ୍ୟାଟେରୀ ବିହୀନ ଘଣ୍ଟା ପରି 

ସେକେଣ୍ଡ କଣ୍ଟା ବି ଭୁଲିଯାଏ ଘୁରିବା ପାଇଁ ।।


ତୁମକୁ ଦେଖିଲା ପରେ 

ଆରମ୍ଭ ହୁଏନି ମୋ ମଟରସାଇକଲ

ତୁମ ଅଗଣାର ରାସ୍ତାରେ 

କାଳେ ତେଲ ସରିଯିବା ଭୟରେ ।।


ତୁମକୁ ଦେଖିଲା ପରେ 

ଚାଲୁ ଚାଲୁ ଝୁଣ୍ଟିପଡେ 

ସମତଳ ରାସ୍ତାରେ ବି 

ତଥାପି ଜାଣିପାରେନା ତା କଷ୍ଟ ।।


ତୁମକୁ ଦେଖିଲା ପରେ 

ହାରିଯାଏ ମୋ ନିଜକୁ 

ତୁମ ଓଢଣୀ ତଳେ 

ଆଉ ତୁମେ ଜିତିଯାଅ ମୋ ଠାରୁ 

ହେଲେ ତୁମଠାରୁ ହାରିବାରେ ବି ରହିଥାଏ 

ମୋ ଆନନ୍ଦର ଅନୁଭବ 

ନିଜ ଠାରୁ ନିଜେ ହାରିବାରେ ହିଁ ତ ମିଳେ ପ୍ରକୃତ ଖୁସି ।।


Rate this content
Log in

Similar oriya poem from Romance