STORYMIRROR

Pravatirani Mohanty

Abstract

3  

Pravatirani Mohanty

Abstract

ତୁମକୁ ଭରସା

ତୁମକୁ ଭରସା

1 min
195



ତୁମକୁ ଭରସା କରି ହେ

  ପ୍ରଭୁ ଚାଲୁଛି ବାଟ

ଜୀବନ ଯନ୍ତ୍ରଣା ଭିତରେ

 ହେଉଛି ଛଟ ପଟ

ସୁଖ ସାଙ୍ଗେ ଦୁଃଖ ଖଞ୍ଜିଛ

  କେତେ ଯତନ କରି

ଏକ ପାଖେଭରା ଆଲୋକ

 ଆର ପାଖେ ଶରବରୀ

ଭଲ ସାଥେ ମନ୍ଦ ରହିଛି

 ଦିନ ସାଥି ରେ ରାତି

ସମୟର୍ ର୍ପିଠି ଉପରେ

 ଦିନ ଯାଉଛି ବିତି

ଦଇବ ହାତରେ ଧରାଇ ଦେଲ 

ଭାଗ୍ୟ ର ଡୋର

ଯେଣିକି ଟାଣଇ ତେଣିକି ଯାଏ

  ତାର ପଛର

ସମୟ ଦଇବ ସବୁତ ତୁମ

  ଖେଳର ଘର

ଅଜ୍ଞାନି ମୁରୁଖ ବୁଝିବି

କିବା ଖେଳ ତୁମର l



Rate this content
Log in