ତୁମକୁ ଭଲପାଇବା କ'ଣ ଭୁଲ
ତୁମକୁ ଭଲପାଇବା କ'ଣ ଭୁଲ


ହେ ହେ ହା ହା ହା ହୁଁ ହୁଁ ହୁଁ ହୁଁ
ତୁମକୁ ହଁ ତୁମକୁ
ଭଲପାଇବା କି' କ'ଣ ଭୁଲ
ସ୍ଵପ୍ନ ଦେଖିବା କି' କ'ଣ ଭୁଲ ?
ତୁମକୁ ହଁ ତୁମକୁ
ଭଲପାଇବା କି' କ'ଣ ଭୁଲ
ସ୍ଵପ୍ନ ଦେଖିବା କି' କ'ଣ ଭୁଲ ?
ଭଲ ପାଉଥିବା
ଭଲ ଝିଅଟିକୁ
ଭଲ ପାଇବା କି' ଭୁଲ ?
ଭଲ ପାଇବା କି' ଭୁଲ?
ଭଲ ପାଉଥିବା
ଭଲ ପୁଅଟିକୁ
ଭଲ ପାଇବା କି' ଭୁଲ ?
ଭଲ ପାଇବା କି' ଭୁଲ? ।୧।
{ ପ୍ରେମ ଜଳରାଶି
ଝରିଲେ ଝରଣା
ବହିଗଲେ ସିଏ ନଈ !! }
{ ପ୍ରେମ ପରୀଟିଏ
ପାଇଲେ ରମଣୀ
ନ ପାଇଲେ ସେ ପ୍ରେୟସୀ !! }
ସରଗ ଚାନ୍ଦକୁ ଭଲପାଏ କଇଁ
ଚାନ୍ଦ ଭଲପାଏ ରଜନୀକୁ,
ହେଲେ ସେ ରଜନୀ ଭଲପାଉଥାଏ
ଲୁଚି ଲୁଚି ଗଙ୍ଗଶିଉଳୀକୁ।
ମନ ଦେଇଥିବା
ମନ ମଣିଷକୁ
ମନ ଦେବା କ'ଣ ଭୁଲ ?
ମନ ଦେବା କ'ଣ ଭୁଲ ?
ମନ ଦେଇଥିବା
ମନ ମୟୂରୀକୁ
ମନ ଦେବା କ'ଣ ଭୁଲ ?
ମନ ଦେବା କ'ଣ ଭୁଲ ?
{ ପ୍ରେମ ମନ୍ଦିରଟେ,
ପୂଜିଲେ ଦେବତା
ନ ପୂଜିଲେ ସେ ପଥର । }
{ ପ୍ରେମ ଦୀପଟିଏ,
ଜଳିଲେ ଆଲୋକ
ନ ଜଳିଲେ ସେ ଅନ୍ଧାର । }
ରୂପସୀ ଫୁଲକୁ ଭଲପାଏ ଅଳି
ଫୁଲ ଭଲପାଏ ଫଗୁଣକୁ,
ହେଲେ ସେ ଫଗୁଣ ଭଲପାଉଥାଏ
ମନ ଖୋଲି ଋତୁ ବସନ୍ତକୁ।
ଥରେ ଭାବିଦେଖ
ପ୍ରିୟା ଭାବିଦେଖ
ତୁମେ ବି କରିଛ ଭୁଲ
ତୁମେ ବି କରିଛ ଭୁଲ।
ଥରେ ଭାବିଦେଖ
ସାଥୀ ଭାବିଦେଖ
ତୁମେ ବି କରିଛ ଭୁଲ
ତୁମେ ବି କରିଛ ଭୁଲ।
ଭଲ ପାଇବା କି' ଭୁଲ ?
ମନ ଦେବା କ'ଣ ଭୁଲ ?
ସ୍ଵପ୍ନ ଦେଖିବା କି' ଭୁଲ ?
ହୃଦୟ ଦେବା କି' ଭୁଲ ?
ହେ ହେ ହା ହା ହା ହୁଁ ହୁଁ ହୁଁ ହୁଁ ।
ହେ ହେ ହା ହା ହା ହୁଁ ହୁଁ ହୁଁ ହୁଁ ।