ତୁମେ
ତୁମେ
ତୁମେ ମୋ କବିତା ତୁମେ ମୋ ଇତି କଥା
ତୁମେ ମୋ ଜୀବନୀ ଲେଖା
ତୁମେ ମୋ ସାହିତ୍ୟ, ତୁମେ ଇତିହାସ
ତୁମେ ମୋ କାବ୍ୟର ସଖା ।
ତୁମେ ମୋ ପ୍ରିୟ ବନ୍ଧୁ ତୁମେ ମୋ ପ୍ରେରଣା
ତୁମେ ପଥ ପ୍ରଦର୍ଶକ
ତୁମେ ମୋ ଜ୍ୟୋତି ତୁମେ ମୋ ବିଭୁତି
ତୁମେ ମୋ ଆଦର୍ଶ ଯାକ ।
ତୁମେ ହୋଇ ବ୍ୟର୍ଥ ହୋଇଲ ଅଵ୍ୟର୍ଥ
ଜୀବନର ଆଦି ଅନ୍ତ
ଲେଖନୀ ମୋ ଖୋଜେ ଅବିଶ୍ରାନ୍ତ ଭଜେ
ବାସନା ତାର ଅନନ୍ତ ।