Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Romance Action Inspirational

3  

Akshayakumar Dash

Romance Action Inspirational

ତୁମେ

ତୁମେ

1 min
128



ମନ ଖୋଜୁଥିଲା ମନ ଟିଏ

ଅଚାନକ ଦେଖା ଧନ ଟିିଏ।

ହାଏ ଲେଖି ତାକୁ ଥିଲି ଦେଇ 

ହାଲୋ ଉତ୍ତରଟି ଦେଲା ସେଇ।

ଦୂର ପ୍ରେମ ମିଠା ଲାଗେ ରଙ୍କା

କାଳେ ଅପଯଶ ପାଇଁ ସଙ୍କା।

ପଚାରିଲି ତୁମେ କଣ କର

କେଉଁଠାରେ ତୁମ ଅଟେ ଘର।

ଵିଏ ପାସ କରି ଅଛି ଘରେ

ଆଉ କଥା ସବୁ ଟିକେ ପରେ।

ରୁଟି ତରକାରୀ କରି ସାରି

ଖାଇବାକୁ ଦେଇ ଆସେ ଭାରି।

ଯାଆ ଘର କାମ ଆଗେ ସାର

ପରିବାର ଆଗ ନିଅ ଭାର।

କାମ ସାରି ସେଜେ ଆସେ ଧାଇଁ

ଅଜଣା ସାଥିକୁ ଭେଟି ପାଇଁ।

ପଚାରି ବୁଝିଲି ଖିଆପିଆ

କରିଲକି ନାହିଁ ଦିଆନିଆ।

ସବୁକାମ ଏବେ ସାରି କରି

କଥା ହୁଅ ଏବେ ମନ ଭରି।

ପଚାରିଲି କିଏ ସବୁ ଘରେ

ବାପା ମା ଭାଈ ମୋ ପରେ।

ବାବା ବେମାରକୁ ମା ଛୋଟୀ

ଭରସା କେବଳ ଭାଈ ଗୋଟି।

ଭାଈ ନୀତି ଦିନ ମୂଲ ଲାଗେ

ପରିବାର ଚାଲୁ ଥାଏ ଆଗେ।

ଅଛିକି ନାହିଁ ସେ ଜମି ବାଡ଼ି

ମାଣକ ଯାଇଛି ବନ୍ୟା ମାଡ଼ି।

ତୁମେ କିଛି କରୁ ନାହଁ ଘରେ

ସ୍ଵଂୟ ସହାୟିକା ଗୋଷ୍ଟି ପରେ।

ବଢ଼ି, ପାମ୍ପଡ କୁ ନିତି କରି

ସୋସାଇଟିକୁ ବିକେ ଧରି।

ସେଥିରୁ ମାସକୁ କେତେ କଲେ 

ପାଞ୍ଚ ହଜାର ଲାଭ ଭଲେ।

କହିଲି ତୁମକୁ ଧନ୍ୟବାଦ୍

ତୁମ କାମ ଅଟେ ତ ମହତ।

ପରିବାର ଚଳାଇବା ଦାୟିତ୍ଵ

ଭାଈ ଭଉଣୀଙ୍କ ତ୍ୟାଗ ହିତ।

ଇଶ୍ଵର ହୁଅନ୍ତି ତାକୁ ସାହା

ପରିସ୍ଥିତି ସଙ୍ଗେ ଲଢ ଯାହା।

ଜୀବନ ସଂଗ୍ରାମ ମଂଚ ତଳେ

ଡରିବନି ଲଢି ଯିବ ବଳେ।

ଖୋଲା ହୃଦୟର ମନ କଥା

ପଢ଼ିଲି ମୋ ମନେ ତୁ ଯଥା।


Rate this content
Log in

Similar oriya poem from Romance