ତୁମେ
ତୁମେ
1 min
178
ତୁମେ ସେହି ଆଦେଖା ଆଲୋକ
ତମସା କରିଛ ଦୂର
ନିଃସଙ୍ଗ ଏ ଆକାଶ ଛାତିରେ
ତୁମ ପାଇଁ ନାହିଁ ଡର।
ତୁମେ ମୋର ପାହାନ୍ତିଆ ଶୁଭ୍ର ଜନ୍ହ
ଅସୁମାରୀ ସ୍ବପ୍ନ ଢାଳ
ତୁମ ଦରଶନ ପାଇଁ ଚାହିଁ ଥିବି
ଦେହେ ଥିବା ଯାଏ ବଳ।
ସ୍ଵର୍ଣ୍ଣ ଅକ୍ଷର ରେ ଲେଖିଛି ହୃଦୟେ
ମନର ମଲାଟ ଦେଇ
ଯେ ଦିନ ଦର୍ଶନ ପାଇବି ତୁମର
ସୁଖ ନିଦ୍ରା ଯିବି ଶୋଇ।
କୋଇଲିର ସୁର ମୋ ଚାଳରେଗାଏ
ନୂତନ ସମ୍ଭାର ନେଇ
ସିଧା ସିଧା ରାସ୍ତା ମହୋଦଧି ଯାଏ
ନିଶ୍ଚୟ ଯିବି ମୁଁ ଧାଇଁ।
ଶୂନ୍ୟ ହୃଦୟ ରେ ଖୋଜୁ ଥାଏ ନିତି
ଦେଖା ହେବ ଯେଉଁ ଦିନ
ମୋ ଆଖିର ଲୁହ ସରିଯିବ ସବୁ
ପୁରିଯିବ ପେଟ ମନ।
ତୁମରି ନାମକୁ ଲେଖି ରଖି ଅଛି
ମୋ ଜୀବନ ମାତ୍ର ଶୂନ୍ୟ
ଯେ ଦିନ ତୁମର ଦର୍ଶନ ପାଇବି
ସବୁ ସୁଖ ହେବ ମୋର ପୂର୍ଣ୍ଣ।