Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Hrushikesh Satpathy

Inspirational


3  

Hrushikesh Satpathy

Inspirational


ତୁମେ ଯେ ଅନନ୍ୟା

ତୁମେ ଯେ ଅନନ୍ୟା

1 min 198 1 min 198

ସେଦିନ ସନ୍ଧ୍ୟାର ଶୁଭ ମୁହୂର୍ତ୍ତରେ

   ଦେଖା ହୁଏ ତୁମ ସହ,

ସରଳ ଭାଷାରେ ବିରଳ ଭାବର

   ବଦାନ୍ୟତା ଅର୍ପି ଦିଅ ।


ବଦାନ୍ୟପଣରେ  ବହଳ ବହଳ

    ମଧୁର ମଧୁର କଥା,

ରଙ୍ଗ ଭରିଦେଲା ମୋ' କାବ୍ୟଚିତ୍ରରେ

    ଦେଇ ସୁନ୍ଦର ବାରତା !


ଭାବି ନଥିଲି ମୁଁ ମୋ' କାବ୍ୟ-ଦର୍ପଣେ

    ତୁମ ଚିତ୍ରକୁ ଦେଖିବି,

ଚିତ୍ର ନୁହେଁ ତାହା, ଦିବ୍ୟ ପ୍ରତିବିମ୍ବ

    କାବ୍ୟ-ପୃଷ୍ଠା ପ୍ରତିଛବି !


କଥାରେ କଥାରେ ବିହ୍ଵଳ ହେଲି ମୁଁ

   କବିତ୍ୱ ମୋ' କଳ୍ପିନେଲା,

ନୁହଁ ସାଧାରଣା ତୁମେ ଯେ ଅନନ୍ୟା

  (ତୁମ)ଶବ୍ଦ ସବୁ କହିଗଲା ।


ଅଳ୍ପ ବୟସର  ଚରିତ୍ର ହେଲେ ବି

     ବିଚିତ୍ର ତୁମରି ଜ୍ଞାନ,

ପଢ଼ିଥିଲି ଦିନେ,  ପଡିଗଲା ମନେ

   "ବିଦ୍ୟା ଦଦାତି ବିନୟମ୍" !


ବିନମ୍ରତା ପଣେ   ନଇଁ ପଡୁଥିଲା

    ସଂଭ୍ରମେ ତୁମରି ମଥା,

ଦୂରେ ଥିଲି ସିନା   ଅନୁଭବୁଥିଲି

    ମୃଦୁ ମୃଦୁ ମାଦକତା ।


ପ୍ରଶଂସା ସଙ୍ଗୀତ ଗାଇ ଦେଉଥିଲ

   ସତ୍ୟ-ସାହିତ୍ୟିକ ପାଇଁ,

ବିରଳ ବ୍ୟକ୍ତିତ୍ୱ   ଚିତ୍ତ ଅକୁଣ୍ଠିତ

   ବିଭୋର ମୁଁ ଗଲି ହୋଇ ।


ସତ୍ୟତୀର୍ଥ ତୁମେ,ପ୍ରଜ୍ଞାପୀଠ ତୁମେ

    ତୁମେ ସତ୍ୟର ସହର,

ଚିରସ୍ଥାୟୀ ହେଉ ସ୍ମରଣୀୟ ହୋଇ

    ରହୁ ବନ୍ଧୁତା ଆମର !


ବାନ୍ଧବୀ ହୁଅ ବା ବଦାନ୍ୟ ବ୍ୟକ୍ତିତ୍ୱ

   ବାଣୀଙ୍କ ମାନସ କନ୍ୟା,

ସ୍ମୃତି ପଟଳରେ   ରହିଥିବ ସଦା

   ନାରୀ ରୂପରେ ଅନନ୍ୟା !


ଅନନ୍ୟା ଗୋ ! ତୁମ ଭାବବିନ୍ନ୍ୟାସର

    ପାଉନି ଖୋଜି ଉପମା,

ସ୍ନେହାଶିଷ ଦେଇ   ଶୁଭ ମନାସୁଛି

    ଢାଳିଦେଇ ସଦ୍ଭାବନା !!


ଆଙ୍କିବି ଗୋ,ଦିନେ ତୁମ ଚରିତ୍ରର

  ତୈଳଚିତ୍ର ମୋ' କାବ୍ୟରେ,

ସେ କାବ୍ୟ ପ୍ରଭାବେ ଅସଂଖ୍ୟ ଅନନ୍ୟା

   ଅଙ୍କୁରିବେ ଜଗତରେ !


ଆସ ଗୋ ଅନନ୍ୟା,ମମତାର ବନ୍ୟା

    ଆମ ସ୍ୱପ୍ନ ସଜେଇବା,

ମୁଁ ତୁମର କବି, ତୁମେ ମୋ' କବିତା

   କାବ୍ୟ-ସାମ୍ରାଜ୍ୟ ଗଢିବା !


ମୋ' କଳ୍ପନା-କନ୍ୟା ଗୋ !ପ୍ରିୟା ଅନନ୍ୟା

    ଆଗାମୀ ଉଦାହରଣ,

ତୁମ ପ୍ରୋତ୍ସାହନ ନାରୀ ପାଇଁ ହେବ

    ନବ୍ୟ ଭବ୍ୟ ଜାଗରଣ !


Rate this content
Log in

More oriya poem from Hrushikesh Satpathy

Similar oriya poem from Inspirational