Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

GAGAN KUMAR DASH

Romance

3  

GAGAN KUMAR DASH

Romance

ତୁମେ ତ ମୋହର

ତୁମେ ତ ମୋହର

1 min
153



ତୁମେ ତ ମୋହର ତୁମେଟିଏ ବୋଲି

ଜୀବନର ପ୍ରତିଟି ସ୍ପନ୍ଦନ,

ତୁମେ ତ ମୋହର ତୁମେଟିଏ ବୋଲି

ପ୍ରତିଟି କାବ୍ୟର ବନାନ ।


ତୁମେ ତ ମୋହର ନୂଆଁ ଜାମା ପିନ୍ଧା 

ଫୁଲେଇ ଗେଲ୍ଳା ପ୍ରେମିକାଟି,

ଫୁଳୁକା ଗାଳରେ ଗୋଲାପୀ ଓଠଟା

ଚୋରି ଚୋରି ଏକ ଚୁମାଟିଏ ।


ତୁମେ ତ ମୋହର ତୁମେ ଟିଏ ବୋଲି

ସବୁବେଳେ ଅତି ଆପଣାର,

ତୁମର ଯୌବନ ଖୋଜୁଅଛି ଆଜି

ଶତ କମ୍ପନ ମୋ ହୃଦୟର ।


ତୁମେ ତ ମୋହର ତୁମେ ଟିଏ ବୋଲି

ସଜାଇ ଦେଇଛି ଶେଜ ମୋର,

ଚନ୍ଦନ ଅତର ଢାଲିଛି ସେଥିରେ

ମନେ ପଡୁଅଛି ସେ ବାସର ।


ତୁମେ ତ ମୋହର ତୁମେ ଟିଏ ବୋଲି

ଖୋଜୁଅଛି ମୁହିଁ ସାରା ଘର,

ସହସ୍ର ସପନ ଦେଖୁଛି ତୁମକୁ

ଶୀତରେ କମ୍ପୁଛି ଦେହ ମୋର ।




Rate this content
Log in

Similar oriya poem from Romance