ତୁମେ ତ ମୋ ବନ୍ଧୁ !
ତୁମେ ତ ମୋ ବନ୍ଧୁ !
କେମିତି କେଜାଣି ମନ ବଗିଚାରେ ତୁମେ ଧରା ଦେଲ ଆସି ।
ବନ୍ଧୁ ପରି ତୁମେ ବନ୍ଧୁ ଟିଏ ହେଲ ଭଲ ତ ପାଇଲି ବସି । ।
ଅନେକ ଭାବନା କିଛି ଅନାବନା ହୃଦରୁ ବାହାରି ଆସେ ।
କିଛି କିଛି ପୁଣି ମନବୀଣା ତାରେ ଗୁଞ୍ଜରଣ କରିବସେ ।
ତୁମ ପରି ବନ୍ଧୁ କୋଟି ସାତ ସିନ୍ଧୁ ଭାଗ୍ୟରେ ଥିଲେ ତ ମିଳେ ।
ଅନାବିଳ ତୁମେ ସଦା ହସ ହସ ଝରୁଥାଏ ଓଠ ଧାରେ ।
କେବେ ତ ମାଗିନ କିଛି ମୁହଁ ଖୋଲି କରିନାହିଁ ଅଭିଯୋଗ ।
କେବେ ବି ତୁମର ଅଭିମାନ ନାହିଁ । ଏହା ହିଁ ମୋରସୌଭାଗ୍ୟ।
ହାତ ପାହାନ୍ତାରେ ଏମିତି ସୌଭାଗ୍ୟ ଠାକୁରେ ଦିଅନ୍ତି ସତେ ।
କେବେ ମାଗି ନାହିଁ ତୁମକୁ ଠାକୁରେ ଦିଅ ବୋଲି କିଛି ମୋତେ
ଭୁବନ ଈଶ୍ବରୀ ସେ ଭୁବନେଶ୍ବରୀ ସତେ ମୋର ବନ୍ଧୁଟିଏ ।
ହେ ଜଗନ୍ନାଥ ସୁଖରେ ରଖିଥା ମୋର ବନ୍ଧୁ ପରା ସିଏ ।
ତାଙ୍କ ଦୁଃଖ ସବୁ ମୋତେ ଦେଇ ଦିଅ ମୁଁ ନେବି ମଥା ପାତି
ମୋର ବନ୍ଧୁ ପାଇଁ ସବୁ ଆଜି ଠାରୁ ସହି ଯିବି ହସି ହସି ।
ମୋ ବନ୍ଧୁଙ୍କ ହସ କେବେ ହେ କାଳିଆ
ଓଠରୁ ସୁଖାଇ ବନି ।
ଏତିକି ପ୍ରାର୍ଥନା କରିବନି ମନା ଆଉ କିଛି ତ ମାଗୁନି ।
ଚନ୍ଦ୍ରରେ କେବେ ବି କଳଙ୍କ ର ଛିଟା କିଏ ବି ଲଗାଇ ପାରେ ।
ହେଲେ ଭୂବନଈଶ୍ବରୀ ନିଷ୍କଳଙ୍କ ହୋଇ ଯୁଗେ ଯୁଗେ ରହି ଜାଣେ
ମୁଁ ମାଗୁଥବି ବନ୍ଧୁ ପାଇଁ ହସ
ଏତିକ ମୋତେ ହେ ଦେବ ।
ବନ୍ଧୁର ବନ୍ଧୁତ୍ବ ଯଗେ ଯୁଗେ ମୋର
ଏମିତିକା ରହିଥିବ ଏମିତିକା ରହିଥବ ।