ତୁମେ ଓ ବର୍ଷା
ତୁମେ ଓ ବର୍ଷା
ତୁମେ କେବେ ଲାଗ ଝର ବରଷାର
ରିମ ଝିମ ଧାରା ପରି
ଫଗୁ ଫଗୁଣର ରଙ୍ଗ ବସନ୍ତର
ରଙ୍ଗୀନ ଫୁଆରା ପରି ।
କେବେ ନାଚି ଯାଅ ଗୀତ ଗାଇ ଗାଇ
ବନର ଝରଣା ହୋଇ
କେବେ ଛୁଇଁ ଯାଅ ସପନରେ ଆସି
ନୀଳ ପରୀଟିଏ ହୋଇ ।
ମନ ତୁମକୁ ଖୋଜେ ବରଷା ଦିନରେ
ବରଷାରେ ଭିଜିବାକୁ
ତୁମରି ସାଥିରେ ନୀଳ ଆକାଶରେ
ପକ୍ଷୀହୋଇ ଉଡିବାକୁ ।