Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Er Subhransu Kumar Behera

Romance Classics Fantasy

3  

Er Subhransu Kumar Behera

Romance Classics Fantasy

ତୁମେ ନାହଁ ବୋଲି

ତୁମେ ନାହଁ ବୋଲି

1 min
193



ତୁମେ ନାହଁ ବୋଲି ,

ଖରାଟାବି ଯାଏ ତାତି ଏଇ ଫଗୁଣରେ ।

ତୁମେ ନାହଁ ବୋଲି ,

କୋଇଲିଟା ବସୁ ନାହିଁ ଆମ୍ର ଡାଳପରେ ।

ତୁମେ ନାହଁ ବୋଲି ,

ଫୁଲଟା ବି ହସୁନାହିଁ ନିଷ୍ପାପ ଅଧିରେ ।

ତୁମେ ନାହଁ ବୋଲି ,

ମୋ ପାଦ ପଡୁନାହିଁ ଠିକଣା ଜାଗାରେ ।

ତୁମେ ନାହଁ ବୋଲି ,

ସମୟଟା ମୁହଁ ମୋଡେ ବିନା କାରଣରେ ।

ତୁମେ ନାହଁ ବୋଲି ,

ରାତି ରାତି ନିଦ ସଞ୍ଚେ ଏଇ ମୋ ଆଖିରେ ।

ତୁମେ ନାହଁ ବୋଲି ,

ସ୍ଵପ୍ନ ଗୁଡା ଲୁଚିଛନ୍ତି ଅନେକ ଦୂରରେ ।

ତୁମେ ନାହଁ ବୋଲି ,

ସ୍ପୃହା ଆଉ ଆସୁନାହିଁ ଜୀବନ ଚର୍ଯ୍ଯାରେ ।

ତୁମେ ନାହଁ ବୋଲି ,

ଆଶା ମାନେ ଅଦୃଶ୍ୟ କି ଭରା ଆଶଙ୍କାରେ ।

ତୁମେ ନାହଁ ବୋଲି , ସତରେ ...

ମୁଁ ବଞ୍ଚେ ଭାଳି ଆମ ସ୍ମୃତି ପ୍ରତିଟି ଲଗ୍ନରେ ।



   


Rate this content
Log in