STORYMIRROR

BULU BEHERA

Romance

3  

BULU BEHERA

Romance

ତୁମେ ମୋ' ଅତୀତ ତୁମେ ବର୍ତ୍ତମାନ

ତୁମେ ମୋ' ଅତୀତ ତୁମେ ବର୍ତ୍ତମାନ

1 min
235


ଅତୀତରେ ତୁମେ ଥିଲ ଭଲ ପାଇ,

ବର୍ତ୍ତମାନ ଏବେ ଅଛ ମୋର ହୋଇ 

ଭବିଷ୍ୟତରେ  ରହିବ ରାଣୀ  ହୋଇ,

ପ୍ରେମ କରିବି ମୁଁ  ଚିର ଦିନ  ପାଇଁ 

ଅତୀତରେ ତୁମ ପ୍ରେମ  ମନେପଡେ ।


ଚୋରା ଚାହାଣୀ ଭାବିଲେ ହସି ଗଡେ

କେତେ ଲେଖା ହୋଇଅଛି କାନ୍ଥ ବାଡେ,

କେତେ ଚିଠି  ଲେଖି ନିଜେ ରାଗି ପୋଡେ 

ଅତୀତର   ସେହି  ସ୍ମୃତି   ଅଛି  ଜିଇଁ ,

ଅତୀତ ।


ବର୍ତ୍ତମାନ  ସାଥି ହୋଇ  ପାଖେ ଅଛ

ସବୁ ଦିନ  ସବୁ ରାତି  ବିତାଉଛ 

ଭବିଷ୍ୟତର  ସପନ  ଦେଖୁଅଛ

ରହିବା ଏକାଠି  ଆମେ କହୁଅଛ 

ପ୍ରେମ ଆମର ରହିବ  ଅମର ହୋଇ

ଅତୀତ ।


Rate this content
Log in

Similar oriya poem from Romance