Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gouri Panda

Others

3  

Gouri Panda

Others

ତୁମେ କଣ ଶୁଅ ନାହିଁ ଭଗବାନ?

ତୁମେ କଣ ଶୁଅ ନାହିଁ ଭଗବାନ?

1 min
196


ସତରେ ଏ ପ୍ରଶ୍ନ ଆସିଛି ମନକୁ

ଥରେ ନୁହେଁ ବାରବାର। 

ତୁମେ କଣ ଶୁଅ ନାହିଁ ଭଗବାନ 

ଚେତା ରହି କାମ କର? 


ଯଦି ତୁମେ ଶୋଇଯାଆନ୍ତ ଠାକୁର 

ଥାଆନ୍ତି କି ଏ ସଂସାର? 

ତୁମେ ଶୁଅ ନାହିଁ ବୋଲି ପରା ଆଜି

ଚିନ୍ତା ନାହିଁ ମଣିଷର। 


ତୁମର କି ଇଚ୍ଛା ନାହିଁ ଭଗବାନ 

ଶୁଅନ୍ତି ସୁଖ ନିଦର? 

ତୁମେ ଯଦି ଶୋଇଯିବ ହେ ଠାକୁର 

ରହିବ କି ,ଏ ସଂସାର? 


ଅନନ୍ତ ଶୟନ ,ଅନନ୍ତ ନାଗରେ

ଅନନ୍ତ ଚିତ୍ତ ତୁମର। 

ଦେଖୁଛ ଠାକୁର ଅନନ୍ତ ଦୃଷ୍ଟିରେ 

ତୁମର ସାରା ସଂସାର। 


ତୁମେ କଣ ଶୁଅ ନାହିଁ ଭଗବାନ 

ବ୍ୟର୍ଥ ଭାବନା ଆମର। 

ଯଦି ଶୋଇଯିବେ ସେଇ ଭଗବାନ 

ସତ୍ତା ବୁଡିବ ଆମର। 



Rate this content
Log in