ତୁମେ କେଡେ ସ୍ବାର୍ଥପର
ତୁମେ କେଡେ ସ୍ବାର୍ଥପର
ଫୁଲ ଠାରୁ ତୁମ ମନ ସୁକୋମଳ
ଭାବି କରିଥିଲି ମୁଁ ଯେଉଁ ଭ୍ରମ,
ଜାଳିପୋଡି ଦେଲା ସ୍ବାର୍ଥ ଦାବାନଳ
ଲିଭି ନାହିଁ ବକ୍ଷୁ ସେ ସ୍ମୃତି ଚିହ୍ନ ।
ଧାଏଁ ଜଳଧାରା ଯେସନ ସମୁଦ୍ରେ
ଚୁମ୍ବକ ଆକର୍ଷେ ଲୌହ ଖଣ୍ଡକୁ,
ଶୂନ୍ଯ ଉର୍ଦ୍ଧ୍ବ ମୁଖେ ପ୍ରଜ୍ଜ୍ଵଳଇ ଶିଖା
ବୃକ୍ଷୁ ଖସିପଡେ ଫଳ ତଳକୁ ।
ଯାଇଥିଲି ଧାଇଁ ବଡ ସରାଗରେ
ପତଙ୍ଗର ସମ ଦେଖି ଅନଳ,
ଜାଣି ମୁଁ ନ ଥିଲି ଫଳ ମହାକାଳ
ଦିଶେ ଟହଟହ ଆଖିକୁ ଲାଲ ।
ସମ୍ପର୍କର ମୂଲ୍ଯ ହୋଇଯାଏ ଶସ୍ତା
ହୁଏ ସାତପର ଆପଣା ଅତି,
ବିତେ ଦିନ ରାତି ଭାବି ତୁମ ସ୍ମୃତି
ଏଡେ ସ୍ବାର୍ଥପର ହେଲ କେମିତି ?