Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Classics

4  

DILIP KUMAR SAHOO

Classics

ତୁମେ ଜଗନ୍ନାଥ ତୁମେ ଅନନ୍ତ

ତୁମେ ଜଗନ୍ନାଥ ତୁମେ ଅନନ୍ତ

4 mins
320



ତୁମେ ଜଗନ୍ନାଥ ତୁମେ ଅନନ୍ତ

ତୁମେ ରାମ କୃଷ୍ଣ ନୀଳାଦ୍ରି ନାଥ ।

ବରାହ ବାମନ ନୃସିଂହ ସେତ

ପତିତ ପାବନ କଳା ସାଆନ୍ତ

ତୁମେତ ଅନାଦି ତୁମେ ଅଚ୍ୟୁତ

ନୀଳଗିରି ନାଥ ଅନାଥ ନାଥ

ତୁମେ ଜଗନ୍ନାଥ ତୁମେ ଅନନ୍ତ ।


ସ୍କନ୍ଦ ପୁରାଣ ଉତ୍କଳ ଖଣ୍ଡ

ବ୍ରହ୍ମ ବୈବର୍ତ୍ତ ବ୍ରହ୍ମ ବ୍ରହ୍ମାଣ୍ଡ

  ସବୁ ପୁରାଣ ଘୋଷଇ ନାମ

ତୁମେତ ପ୍ରଭୁ ବ୍ରହ୍ମାଣ୍ଡ ପତି

ମୁକତି ଦାତା ଗତି ଅଗତି

      ପରଶୁରାମ ପୁରୁଷୋତ୍ତମ

ପତିତ ପାବନ ଉଡାଅ ନେତ

ତୁମେ ଜଗନ୍ନାଥ ତୁମେ ଅନନ୍ତ ।


ହେ ମଧୁରିପୁ ମଧୁସୂଦନ

କେଶବାନନ୍ଦ କ°ଶ ମର୍ଦ୍ଦନ

   ଯଶୋଦା ସୂତ ନନ୍ଦ ନନ୍ଦନ

ଗୋପ ଗୁଆଳୀ ଜୀବ ଜୀବନ

ଗୋପାଳ ପ୍ରିୟ କହ୍ନାଇ କୃଷ୍ଣ

ରାଧା ରାଣୀର ହୃଦ ଚନ୍ଦନ

ରସରେ ରସିଲ ସାରା ଜଗତ

ତୁମେ ଜଗନ୍ନାଥ ତୁମେ ଅନନ୍ତ ।


ବୈକୁଣ୍ଠ ନାଥ ବିଶ୍ବ ବନ୍ଦନ

ବିଷ୍ଟରସର୍ବା ବିଶ୍ବ ମୋହନ

ବିଶ୍ବକରତା ବିଶ୍ବ ଜୀବନ

ହେ ବିଶ୍ବନାଥ ବିଶ୍ବ ଦର୍ଶନ

ଅଚ୍ୟୁତାନନ୍ଦ ଚିତ୍ତ ଚନ୍ଦନ

ବିଶ ବଳୟୁ କର ତାରଣ

ଅଦିତୀ ନନ୍ଦନ ହେ ଅପ୍ରମିତ

ତୁମେ ଜଗନ୍ନାଥ ତୁମେ ଅନନ୍ତ ।


ଈନ୍ଦ୍ରାବରଜ ହୀରଣ୍ୟଗର୍ଭ

ପୂଣ୍ୟ ପରମ ହେ ସ୍ଥିତପ୍ରଜ୍ଞ

ଜ୍ଞାନ ଇଶ୍ବର ଜ୍ଞାନରଞ୍ଜନ

ଗରୁଡଧ୍ବଜ ଗର୍ବ ଗଞ୍ଜନ

ଗୋପ ଗୋବିନ୍ଦ ଗରୁଡାସନ

ଅପ୍ରମେୟ ହେ ଅଶୃମୋଚନ

ଗୋବର୍ଦ୍ଧନ ଗିରି ଟେକା ତୁମେତ

ତୁମେ ଜଗନ୍ନାଥ ତୁମେ ଅନନ୍ତ ।


ଦୁଃଖୀ ର ବନ୍ଧୁ ଦୁଃଖ ଦଳନ

ଦୁଃଖ ହରଣ ଦୁଃଖ ନାସନ

ହେ ଦୟାନିଧି ଦୁଖୀ ର ଧନ

ଚିନ୍ତା ଚେତନା ଚିନ୍ତା ମୋଚନ

ହେ ଚତୁର୍ଭୁଜ ଚିତ୍ତ ଚିନ୍ତନ

ଦିବ୍ୟ ପ୍ରକାଶ ଦିବ୍ୟ ଲୋଚନ

ଭୂତ ଭବିଷ୍ୟତ କାଳର ଶ୍ରୋତ

ତୁମେ ଜଗନ୍ନାଥ ତୁମେ ଅନନ୍ତ ।


ସୌରୀ ଶ୍ରୀହରି ତ୍ରୀକାଳଜୟୀ                           

   ଶ୍ରୀପତି ପତି ହେ ଜଳଶାୟୀ                                       

   ‌ ଜୀବ ଜୀବନ ପ୍ରାଣ ସଙ୍ଗାତ

ବେଦ ବୈଦିକ ଧାତା ବିଧାତା

ଶାନ୍ତି ମୁକତି ତ୍ରାଣ କରତା

ମଧୁ ମାଧବ ମଧୁର ଗୀତ

ସର୍ବଚରାଚର ସର୍ବ ବିଦିତ

ତୁମେ ଜଗନ୍ନାଥ ତୁମେ ଅନନ୍ତ ।


ଆକାଶୁ ବଡ଼ ସାଗରୁ ନୀଳ

ଆରତ ତ୍ରାଣ ଜଗମଙ୍ଗଳ

ସ୍ନେହ ଶରଧା କରୁଣା କ୍ଷମା

ବନମାଳି ହେ ଦୁଃଖୀ ଶଙ୍ଖାଳୀ

ଭକତ ପାଇଁ ସହୁଛ ଗାଳି

ଅଛି ନ ଅଛି ଚରମ ସୀମା

ଭକତର ଶଖା ଶାଥି ତୁମେତ

ତୁମେ ଜଗନ୍ନାଥ ତୁମେ ଅନନ୍ତ ।


ଅଧର୍ମ ତେଜ ଗଲେ ବଳେଇ

ଧରାକୁ ତୁମେ ଆସ ଓହ୍ଲାଇ

ପାପ ବିନାଶି ଧରମ ସ୍ଥାପ

ସତ୍ୟ ରୁ ତ୍ରେତା ଦ୍ଵାପର କଳି

ଧରାରେ ତୁମେ ଅମୃତ ଢାଳି

କରିଛ ଦୂର ପାପର କୋପ

ଧରମର ଧ୍ଵଜା ଉଡାଇଛତ

ତୁମେ ଜଗନ୍ନାଥ ତୁମେ ଅନନ୍ତ ।


ଚାରିଯୁଗରେ ଅନେକ ରୂପ

କଳି ରେ ଅଧା ଗଢା ସ୍ବରୂପ

ଚକାଆଖିଆ ଚକାନୟନ

ଏ ଦାରୁଭୂତ ରୂପ ଦେଖିତ

ଚକିତ ହୁଏ ସାରା ଜଗତ

ଚର୍ଚ୍ଚିତ ଚିତ୍ତ ଚିତ୍ତରଞ୍ଜନ

ଚକା ପାରି ବସି ପାଳ ଜଗତ

ତୁମେ ଜଗନ୍ନାଥ ତୁମେ ଅନନ୍ତ ।


ଚମକେ ରୂପ ଝଟକେ ଜ୍ୟୋତି

ଚାହିଁଲେ ମିଳେ ଅପୂର୍ବ ଶାନ୍ତି

ଚର୍ମ ନେତ୍ରରେ ଦେଖିଲେ ରୂପ

ଚତୁର୍ଦ୍ଧା ମୂର୍ତ୍ତୀ ସେ ଚାରି ବେଦ

ଚିନ୍ମୟାନନ୍ଦ ଭରା ଆନନ୍ଦ

ହୁଅଇ ଦୂର ଦୁଃଖ ସନ୍ତାପ

ଚିନ୍ତା ଅବସାଦୁ ମୁକ୍ତି ମିଳେତ

ତୁମେ ଜଗନ୍ନାଥ ତୁମେ ଅନନ୍ତ ।


ମହାଭାରତ ସ୍କନ୍ଦ ପୁରାଣ

ଭାଗବତରେ ଅଛି ବର୍ଣ୍ଣନ

ଶ୍ରୀଜଗନ୍ନାଥ ସେତ ଶ୍ରୀକୃଷ୍ଣ

ଶ୍ରୀକୃଷ୍ଣଙ୍କର ନାଭିକମଳ

ଦାରୁବ୍ରହ୍ମ ସେ ସେ ଆଦିମୂଳ

ବ୍ରହ୍ମ ସ୍ବରୂପ କଳା ବଦନ

ନୀଳାଚଳେ ଭାସେ ଭାବ ବୋଇତ

ତୁମେ ଜଗନ୍ନାଥ ତୁମେ ଅନନ୍ତ ।


ନୀଳ କନ୍ଦରେ କଳା ଠାକୁର

ପତିତ ଜନେ କର ଉଦ୍ଧାର

ବାଛ ବିଚାର ତୁମର ନାହିଁ

ଯେଉଁଠି ଯିଏ ଯେମିତି ଡାକେ

ଭରସା ହୁଅ ତା ସୁଖେ ଦୁଃଖେ

ଭେଦ ବିଭେଦ ଊର୍ଦ୍ଧ୍ୱରେ ରହି

ଏମିତି ଠାକୁର କିଏ ହେବତ

ତୁମେ ଜଗନ୍ନାଥ ତୁମେ ଅନନ୍ତ ।


କିଯାଦୁ ପ୍ରଭୁ ତୁମକୁ ଜଣା

ଦର୍ଶନ ପାଇଁ ଜଗତ ବଣା

ତୁମରି ପ୍ରେମେ ମଗନ ହୋଇ

କାହିଁ ଯେ କେତେ ଦୂରୁ ନିଇତି

ପାଗଳ ପରି ଭକ୍ତେ ଆସନ୍ତି

ତୁମରି ନାମ ଭଜନ ଗାଇ

ଉର୍ଦ୍ଧ ବାହୁ ହୋଇ ନାଚୁଥାନ୍ତି ତ

ତୁମେ ଜଗନ୍ନାଥ ତୁମେ ଅନନ୍ତ ।


କଳା ତ କଳା ଷୋଳ କଳାର

କଳା ସାଆନ୍ତ କଳା ଠାକୁର

କଳା ଟିକିଏ ନେସି ଦିଅନ୍ତ

କଳ୍ପନା ମୋର ପୂର୍ଣ୍ଣ ହୁଅନ୍ତା

ଦୁଃଖ ଯାତନା ଦୂରେ ଯାଆନ୍ତା

ଧନ୍ୟ ହୁଅନ୍ତି ସାଆନ୍ତେ ମୁଁ ତ

ତୁମରି ଅଜ୍ଞାନ ଅଧମ ସୂତ

ତୁମେ ଜଗନ୍ନାଥ ତୁମେ ଅନନ୍ତ ।

  



Rate this content
Log in

Similar oriya poem from Classics