ତୁମେ ବଂଶୀ ମୁଁ ରାଧା
ତୁମେ ବଂଶୀ ମୁଁ ରାଧା
କଲମ ଶବ୍ଦ ଅଣ୍ଡାଳୁଛି
ହୃଦୟ ଭାବୁଛି
ପ୍ରକାଶି ହେବକି
ଅନ୍ତର!!
ତୁମ ପାଇଁ ଆତ୍ମାରେ
ଯାହା ଅଛି
ଅମାପ
ଅକଳନ!!
'ତୁମେ' ଭାବନାର
ଶବ୍ଦର
କିଛି କହିବା
ଦେବାର ଉର୍ଦ୍ଧରେ
ତୁମେ ବିସ୍ମୟ
ମୁଁ ବିମୁଗ୍ଧ
ତୁମେ ଅପହଞ୍ଚ
ମୁଁ ଅନୁସନ୍ଧାନୀ
ତୁମେ
ଇତିହାସ
ମୁଁ କୋଣାର୍କ
ତୁମେ ବଢ଼େଇ
ବିଶୁ।
କିଛି କଥା
କାର୍ଯ୍ୟ
ନିଜଠାରୁ ନିଜକୁ ଚୋରେଇ ନିଏ
ବନ୍ଧା ପକେଇ ଦିଏ
ଆନ୍ତରିକତା ଚଦର ଘୋଡେଇ
ଅନ୍ତରଙ୍ଗତାର ସିନ୍ଦୁକ ଭିତରେ
ତାଲା ପଡି ଚାବି ହଜିଯାଏ
ଆପଣାର ପଣ
ଅଭିଭୂତ କରେ
ମୁଁ ସେଇ ଗଳିରେ ହଜିବାକୁ
ପସନ୍ଦ କରେ
ଯହିଁ ନିତି ପ୍ରେମର ସୂର୍ଯ୍ୟ ହସନ୍ତି।
କଣ ଲେଖିବି
ହୃଦୟର ସବୁ ଭାଷା ନିଅଁଣ୍ଟ
ମୁଁ କୃତଜ୍ଞ
ତୁମ ଅଯାଚିତ
ସେହ୍ନରେ
ତୁଚ୍ଛା ସେହ୍ନ କାଙ୍ଗାଳୁଣୀ
ମଣିଷ ଟା
ଜୀବନର ଯେ କୌଣସି ମୋଡ଼ରେ
ମୁଁ ଯେଉଁ କ୍ଷଣ
ଯେଉଁ ଅସୁବିଧାରେ ପଡିଛି
ତୁମେ ଠିଆ ହୋଇଛ
ସାହସ ହୋଇ
କହିଛ ଡର ନା
ମୁଁ ଅଛି ।
ଏ ଆତ୍ମ ପ୍ରତ୍ୟୟ
ଭରୁଥିବା
ହୃଦୟ ପାଖେ
ମୋର ଏ ହୃଦୟ ବନ୍ଧା
ତୁମେ ବଂଶୀ
ମୁଁ ରାଧା।