Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUJATA DAS

Romance

3  

SUJATA DAS

Romance

ତୁମେ ଅଛ ବୋଲି

ତୁମେ ଅଛ ବୋଲି

1 min
187


ତୁମେ ଅଛ ବୋଲି

   ଫୁଟୁଛି କଦମ୍ବ

      ବରଷା ପଡୁଛି ଝରି

ମିଠା ମହକରେ

  ହୃଦୟ ମହକେ

    ସନ୍ତୁଷ୍ଟିରେ ଯାଏ ଭରି।

ତୁମେ ଅଛ ବୋଲି

   ଆସୁଛି ବସନ୍ତ

     ମୋ ମନ ଅଗଣା ପରେ

ନିମଗ୍ନ ହୃଦୟ 

   ପ୍ରଣୟ ମାଧୁର୍ଯ୍ୟେ 

     ହୃଦୟର ପାରାବାରେ।

ତୁମେ ଅଛ ବୋଲି

  ଗାଉଛି କୋଇଲି

     ପ୍ରଣୟ ମହ୍ଲାର ତୋଳି

ମନ ମଧୁବନେ

   ରଙ୍ଗ ଯାଏ ଭରି

     ପ୍ରୀତିର ପ୍ରଦୀପ ଜାଳି।

ତୁମେ ଅଛ ବୋଲି

   ଆଖିରେ ଭରିଛି

     ସପନର ମଧୁଶାଳା

ସପନ ମହଲେ

   ଆଙ୍କିଛି ଆନନ୍ଦେ

      ଆକାଂକ୍ଷାର ବର୍ଣ୍ଣମାଳା।

ତୁମେ ଅଛ ବୋଲି

   ଜହ୍ନ ବି ହସୁଛି

     ଝରାଇ ଜୋଛନା ରାଶି

ଜୋଛନାରେ ଭିଜି

   ମନ ଯାଏ ହଜି

     ଲାଜରେ ମୁରୁକି ହସି।

ତୁମେ ଅଛ ବୋଲି

   ସପନ ଆସୁଛି

     ରାତି ସାଥେ ନେଇ ପ୍ରୀତି

ଭିନ୍ନ ଦୁନିଆରେ

  ଆତ୍ମା ଯାଏ ହଜି

     ସାଜିବାକୁ ମଧୁମତୀ।

ତୁମେ ଅଛ ବୋଲି

   ହୃଦୟ କୁସୁମ

     ମହ ମହ ଯାଏ ବାସି

ସରଗର ଚାନ୍ଦ

   ସତେକି ମୋ ହାତେ

     ସରାଗେ ପଡିଛି ଖସି।

ତୁମେ ଅଛ ବୋଲି

  ଲେଖୁଛି କବିତା

     ଶବ୍ଦକୁ ଶବ୍ଦରେ ଛନ୍ଦି

ହୃଦୟ ବିହଙ୍ଗ

  ପ୍ରୀତି ପଞ୍ଜୁରୀରେ

     ଯେବେଠୁଁ ହେଇଚି ବନ୍ଦୀ।

ତୁମେ ଅଛ ବୋଲି

   ସବୁ ନୀଳ ଦିଶେ

     ଅନୁରାଗେ ଯାଏ ଭରି

ମନ ସିଲଟରେ

  ମୟୁର ଚନ୍ଦ୍ରିକା

    ଆଙ୍କିଛି ନିଳାଭ କରି।

ତୁମେ ଅଛ ବୋଲି

   ଉଦାସୀ ବାଦଲ

     ପାରେନାହିଁ ମତେ ଛୁଇଁ

ଅଭୁଲା ଅଲିଭା

   ସମ୍ପର୍କର ଡୋରୀ

      ମୁଁ ଦେହ ତୁମେ ମୋ ଛାଇ।


Rate this content
Log in

Similar oriya poem from Romance