Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Er Subhransu Kumar Behera

Romance Classics Inspirational

3  

Er Subhransu Kumar Behera

Romance Classics Inspirational

ତୁମେ ଆସୁଅଛ ବୋଲି

ତୁମେ ଆସୁଅଛ ବୋଲି

1 min
286


 

               


  ତୁମେ ଆସିବ ଆସିବ ବୋଲି

  ଫୁଲ ଫୁଟି ଝଡି ସାରିଲେଣି ,

  ବଉଦଟା ବାଟ ଭାଙ୍ଗି ଚାଲି ବି ଗଲାଣି ,

  ଜୁଆରଟା କ୍ଷୀଣ ହୋଇ ଲହରୀ ହେଲାଣି ,

  ମନ ଆଉ ହୃଦୟରେ ...

  ସ୍ଵପ୍ନ ମାନେ ଭୁଷୁଡି ଯାଉ ଯାଉ ...

  ଆଶା ସବୁ ନବାକ୍ଷରୀ ମନ୍ତ୍ର ଜପିଲେଣି ,

  ତୁମେ ଆସିବ ଆସିବ ବୋଲି ... ।


     

   ତୁମେ ଆସି ଫୁଲ ଗଛେ ପାଣି ଦେଇ

   ଫୁଲଟାକୁ ଆଉଁସି ଦେଲଣି ,

   ତୁମ ଆସିବାର ଆଭାସରେ ପୂର୍ବ ଆକାଶରୁ

   ବାଦଲଟା ଯାତ୍ରା ଆରମ୍ଭ କଲାଣି ,

   ତୁମେ ଆସୁ ଆସୁ ଲଘୁଚାପ ସୃଷ୍ଟି ହୋଇ

   କୂଳଟାକୁ ଜୁଆର ଲଙ୍ଘି ବସିଲେଣି ,

   ମନ ଆଉ ହୃଦୟରେ ଏମିତି ଚମକ ବଳେ

   ପାହାନ୍ତି ସ୍ଵପ୍ନର ନିଦ ଭାଙ୍ଗି ବି ଗଲାଣି ,

   ଭାବିବି କି ସତେ ତୁମେ ... ଆସୁଅଛ‌ ବୋଲି ।


             


Rate this content
Log in

Similar oriya poem from Romance