ତୁମ ସ୍ପର୍ଶ
ତୁମ ସ୍ପର୍ଶ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଆଦ୍ୟ ଫଗୁଣ ର ପ୍ରୀତି ପର୍ବ ତୁମେ,
ମୁଁ ଯେ ବସନ୍ତ ର ରାସ,
ତୁମେ ରଙ୍ଗ ଭରା ଫଗୁ ର ପସରା
ମୁଁ ତୁମ ଓଠ ର ହସ।
ଫଗୁ ରୁ ମୁଠାଏ ବୋଳି ଦିଅ ତୁମେ
ମହକୁ ମୋ ଚଉ ପାଶ,
ଟୋପାଏ ସିନ୍ଦୂର ସିନ୍ଥି ରେ ମୋହର
ଭରି ଦିଅ ଦେହେ ବାସ।
ଉତ୍ତାଳ ତରଙ୍ଗ ତୁମେ ସାଗର ର
ମୁଁ ସାନ୍ଧ୍ୟ କାଳୀନ ଦୃଶ୍ୟ,
ମାେନରମ ତୁମେ ସାଗର ଦେହ ରେ
ମୁଁ ତୁମ ପାଇଁ ହସ ହସ।
ସୁଗନ୍ଧ ବଉଳ ଝରି ଝରି ଯାଏ
ଠିକଣା ହେଲାଣି ଶେଷ,
ସରି ସରି ଯାଏ ସମୟ ହାତରୁ
ସମୟ ର କଣ ଦୋଷ।
ପ୍ରିତିଲଗ୍ନା ମୁଁ ଯେ ତୁମ ପ୍ରୀତି ପାଇଁ
କେଉଁ ଫଗୁଣ ରୁ ଆଶ,
ଧନ୍ୟ ହେଉ ପ୍ରିୟ ଜୀବନ ମୋହର
ପାଇ ତୁମ କର ସ୍ପର୍ଶ।