ତୁମ ପ୍ରତାରଣା
ତୁମ ପ୍ରତାରଣା
ପ୍ରତିଶୃତି ଆଜି ହେଲା ପ୍ରତାରଣା
ପ୍ରେମ ହେଲା ବାଟବଣା,
ଦଗ୍ଧ ବିଗ୍ଧଦିତ ହୃଦୟଟି ମୋର
ନୀରବେ କରେ କାନ୍ଦଣା..।
ପଲ୍ଲବିତ ହେଲା ଶୁଷ୍କ୍ ପାଦପେ
ନୂତନ ପତ୍ରର ଧାରା,
ମନ ଉତ୍ଫୋଲିତ ପ୍ରେମରେ ପାଗଳ
ଧରାକୁ ମଣିଲି ସରା.।
ଦିପାଳୀ ସାଜି ନିରାଶା ଅନ୍ଧାରେ ଜାଳିଲ ପ୍ରୀତି ସଳିତା,
ଆଜି କାଇଁ ଅନ୍ଧକାରେ ମୁଁ ସ୍ତବ୍ଧ
ସମ୍ପର୍କରେ ଭରି ତିକ୍ତତା..।
ପ୍ରଣୟୀ ସାଜି କାମ ରାଇଜରେ ମୋ
ପ୍ରେମ ତୀର ମାରିଥିଲ,
ଆଜି ଅବେଳାରେ କ୍ଷତାକ୍ତ କରି
ଅସହାୟେ ଛାଡ଼ି ଦେଲ..।
ପ୍ରତାରଣା ଦେଲ ଦୁଃଖ ନାହିଁ ମୋର
ମୁହିଁ ଅଟେ ହତଭାଗା,
କିନ୍ତୁ ପଣ ମୁଁ କରିଛି ଆଉ କାହାକୁ
ହୃଦୟେ ଦେବିନି ଜାଗା..।