ତୁମ ପରି ଖୁଦୀରାମ
ତୁମ ପରି ଖୁଦୀରାମ
ଥିଲା ପିଲାଟିଏ ତୁମ ସମ ସିଏ
ଖୁଦୀରାମ ନାମ ଥିଲା
ସାହସୀ ବାଳକ ବୋଲି ସବୁଠାରେ
ପରିଚିତ ହୋଇଥିଲା
ବାଲ୍ୟ ଚପଳାମୀ ତା' ନ ଥିଲା
ଖେଳକୁଦ ବୟସରେ ଖୁଦୀରାମ
ସ୍ୱାଧୀନତା କଥା ଭାବୁଥିଲା ।।
ମେଦିନୀପୁରର ଛୋଟ ଗାଁ ତା'ର ଘର
ତ୍ରୈଲୋକ୍ୟ ପିତା ଯେ ଥିଲେ
ଲକ୍ଷ୍ମୀପ୍ରିୟା ମାତା ଖୁଦୀରାମଙ୍କର
ଶୈଶବୁ ଅନାଥ ହେଲେ
ଭାଇଭଗ୍ନୀ ପାଳିଥିଲେ
ଅଠରଶହ ଅଣାନବେ ଡିସେମ୍ବର
ତିନିରେ ଧରା ଛୁଇଁଲେ ।।
ଲକ୍ଷ୍ମୀପ୍ରିୟାଙ୍କର ପୁତ୍ର ମୃତ୍ୟୁ ପାଇଁ
ସଦା ସେ ଚିନ୍ତିତ ହେଲେ
ଭଗ୍ନୀ ଶତରୂପା ତିନି ମୁଠା ଚାଉଳରେ
ମାତାଙ୍କଠୁ ଶିଶୁ କିଣିଥିଲେ
ଚାଉଳକୁ ଖୁଦ କହୁଥିଲେ
ସେହିଦିନ ଠାରୁ ଶିଶୁଟିକୁ ସର୍ବେ
ଖୁଦୀରାମ ବୋଲି ଡାକୁଥିଲେ ।।
ଇଂରେଜ କଷଣ ସହି ନରଗଣ
ଯନ୍ତ୍ରଣାରେ ଜର୍ଜରିତ
ବାଳକ ବୟସେ ଖୁଦୀରାମ ନିଜେ
ସ୍ୱାଧୀନତାରେ ଚିନ୍ତିତ
ଖୋଜୁଥିଲେ ମୁକ୍ତି ପଥ
ପରାଧୀନତାର ଶୃଙ୍ଖଳୁ କେମିତି
ସ୍ୱାଧୀନ ଭାରତ ମାତ ।।
ନବମ ଶ୍ରେଣୀରୁ ପନ୍ଦର ବର୍ଷରୁ
ସ୍ୱେଛାସେବୀ ହୋଇଗଲେ
ଅନୁଶୀଳନ ସମିତିରେ ମିଶିଣ
ବ୍ରିଟିଶ ବିରୋଧୀ ହେଲେ
ବୈପ୍ଲବିକ କାର୍ଯ୍ୟ କଲେ
ବୋମା ଖଞ୍ଜି ରେଳଷ୍ଟେସନ ଉଡାଇ
ଜେଲଦଣ୍ଡ ଭୋଗିଥିଲେ ।।
ଲୋକଙ୍କୁ ଭିଆଇ ସଭାସମିତିରେ
ବନ୍ଦେମାତରମ୍ ପାମ୍ପଲେଟ
ବଙ୍ଗ ବିଭାଜନ ଭଳି ଆନ୍ଦୋଳନ
ବିପ୍ଲବୀଙ୍କ ପାଇଁ ମାଜିଷ୍ଟ୍ରେଟ
କରି କଠୋର ଦଣ୍ଡ ବିଧାନ
ଖୁଦୀରାମ ଉତକ୍ଷିପ୍ତ ହୋଇ ତାଙ୍କୁ
ହତ୍ୟାର ଯୋଜନା ଘମାଘୋଟ ।।
କିଙ୍ଗସଫୋର୍ଡକୁ ମାରିବା ଯୋଜନା
ପାର୍ସଲ ବୋମାକୁ ନେଇ
ଗାଡ଼ି ଉପରକୁ ଗଛରୁ ପକାଇ
ଧୂଳିସାତ କରି ଦେଇ
ଗାଡିରେ ତାଙ୍କ କନ୍ୟା ପତ୍ନୀ
କିଙ୍ଗସଫୋର୍ଡ ବଦଳେ ଯା' ମୃତ୍ୟୁ ହେଲା
ବିଚଳିତ ସଂଗ୍ରାମୀ ଦୁଇ ।।
ପ୍ରଫୁଲ୍ଲ ତାକି ନିଜକୁ ମାରିଦେଲେ
ଖୁଦୀରାମ ଦୌଡିଲେ
ପୋଲିସ ହାତରେ ଧରାପଡି ବୀର
ବିଚାର ଅପେକ୍ଷା କଲେ
ଫାଶୀ ଦଣ୍ଡ ପାଇଥିଲେ
ହସି ହସି ଫାଶୀ ଖୁଣ୍ଟରେ ସଭିଙ୍କୁ
ଦେଶ ପ୍ରେମ ବହ୍ନି ଜାଳିଦେଲେ ।।