Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Others

3  

Prafulla Chandra Mishra

Others

ତୁମ ନାମେ କଳଙ୍କ ନରହୁ

ତୁମ ନାମେ କଳଙ୍କ ନରହୁ

1 min
177


ରାଗ-ବରାଡୀ

ତାଳ-ଏକତାଳି

---------- -------------------- ----------

ମହାବାହୁ

କାଳିଆ ସାଆନ୍ତ ଦୟା ହେଉ ହେ ।।(ଘୋଷା)


ନୀଳାଦ୍ରି ବିହାରୀ ବିଧୁ ପଦ୍ମାଳୟା ପ୍ରାଣ ବନ୍ଧୁ

କୃପାକର କୃପାସିନ୍ଧୁ 

ବେଳ ନାହିଁ ଆଉ ହେ, ମହାବାହୁ…।।


ଆହେ ପତିତପାବନ ତମସା ଗହ୍ଵରେ ପ୍ରାଣ

ନେଇ କରେ ହୀନିମାନ

 ଆଜି କାଳ ରାହୁ ହେ, ମହାବାହୁ…।।


ତୁମେ ଯେବେ କୃପାସିନ୍ଧୁ ଉଣା କିଆଁ କୃପାବିନ୍ଦୁ

ଦିନ ସରେ କାନ୍ଦୁ କାନ୍ଦୁ 

ତୁମେ ଥାଉ ଥାଉ ହେ, ମହାବାହୁ…।।


ଦୀନବନ୍ଧୁ ତୁମେ ପରା ନପାଇ ଟିକେ ଆଶରା

ଡୁବେ ମନ ଧ୍ରୁବତାରା 

ଦେଖ ଚାହୁଁ ଚାହୁଁ ହେ, ମହାବାହୁ…।।


ଗର୍ଜେ ଅଶନି ଅକାଳେ ଦୀନ ଦୁଃଖୀ କି ବିକଳେ

ଦିନ କାଟନ୍ତି ଆକୁଳେ 

ବାରେ ଦୟା ହେଉ ହେ, ମହାବାହୁ…।।


ନୀଳାଚଳ ସିଂହାସନ ଛାଡି ବାରେ ଜନାର୍ଦ୍ଦନ

ଦେଖ ହେ ଚକାନୟନ 

ଦୁଃଖର ୟେ ଦାଉ ହେ, ମହାବାହୁ…।।


ଡାକଇ ପ୍ରଫୁଲ୍ଲ ଦ୍ଵିଜ ଆସ ହେ ଇନ୍ଦ୍ରବରଜ

ତୁମ ନାମେ ବ୍ରଜରାଜ 

କଳଙ୍କ ନରହୁ ହେ, ମହାବାହୁ…।।



Rate this content
Log in