STORYMIRROR

Mamatamanjari Das

Tragedy

3  

Mamatamanjari Das

Tragedy

ତୁ'ଗଲାପରେ

ତୁ'ଗଲାପରେ

1 min
282



ତୁ' ଗଲାପରେ ,,

କିପରି କଟୁଛି ଜୀବନର ସଞ୍ଜ

ଘନ ଘେରା ବହଳ ଅନ୍ଧାରେ

ଦୁକ୍ ଦୁକି ର ନିରବ ସ୍ପନ୍ଦନ ପରି

ଜୀବନ ମୋ ହୋଇଯାଏ ଧୀମା

ଗୁମୁରି ଗୁମୁରି କାନ୍ଦୁଛି ପରାଣ

ଅପାଶୋରା ମୁହୂର୍ତ୍ତ ମାନଙ୍କୁ

ଗୋଟି ଗୋଟି କରି ଦେଇଛି ସଜାଇ

ନିତିଦିନ ତା ଭିତରେ

ଦେଖେ ତୋର ଛାଇ ,

ଯେପରିକି ମୋ ଜୀବନ ଆକାଶରେ

କେବେ କିଛି ଅଘଟଣ

ଘଟିହିଁତ ନାହିଁ .....।


ଏକା ଏକା ଜୀଇଁବାର

ଆବଶୋଷ ନେଇ

ମୁଁ ଚାଲିଛି ଆଗକୁ ଆଗକୁ

ସ୍ମୃତି ମାନେ ବେଢିଯାଆନ୍ତି ଚାରିପଟୁ

ମୁଁ ହୋଇ ଯାଏ ଆକ୍ତା ମାକ୍ତା

ବାରମ୍ବାର ଘୁଞ୍ଚି ଆସେ ଫଛକୁ ପଛକୁ ।


ହେଲେ ....

ମୋ କ୍ଳାନ୍ତ ଶରୀରରେ

ବାଜିଯାଏ ତୋ' ଦେହର ବାସ୍ନା

ଶିହରି ଉଠଇ ଶରୀର

ସେତେବେଳେ ,,

ମୁଁ ଆଉ ମୁଁ ହୋଇ ନଥାଏ

ତୋ'ଶରୀରର ଭୁରୁ ଭୁରୁ ବାସ୍ନାରେ

ମୁଁ ହୋଇଯାଏ ଆଉଟୁ ପାଉଟୁ

କିଛି ମୁହୂର୍ତ୍ତ ପାଇଁ

ମୁଁ ହଜିଯାଏ ତୋ ' ଭିତରେ

ମୋ ହୃଦୟର କେଉଁ ଏକ

ନିବୁଜ କୋଠରୀ ମଧ୍ୟରେ

ପୁଣି ଥରେ ଜାଗ୍ରତ ହୁଏ

ବଞ୍ଚିବାର ସ୍ପୃହା .......।



Rate this content
Log in

Similar oriya poem from Tragedy