Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

rasmi maye pati

Others

3  

rasmi maye pati

Others

ତୁ ଆଉ ମୁଁ

ତୁ ଆଉ ମୁଁ

1 min
196


ତୁ ଆଉ ମୁଁ

****"""

ତୁ କହୁଥିବୁ ଅନୁଭୂତି ଗଳ୍ପ

  ହଁ ମାରୁଥିବି ମୁଁ

ଦୂର ଦିଗନ୍ତ ରୁ ଉଙ୍କି ମାରୁଥିବି 

  ଗପ ର ନାୟକ ତୁ।।।

ନୃତ୍ୟ କରି କରି ଥକି ତୁ ଗଲୁଣି

  ସମୟ ତୋ ସରିଗଲା

ବୁକୁ ଫଟା ଗଳ୍ପ ଆଉ ତୁ ଶୁଣାନା

  କରିଦେଲୁ ଦରମରା।।।

ଚରିତ୍ର ଭୂମିକା କିଛି ମାତ୍ର ଥିଲା

  ଖଳ ନାୟକ ଟା ବେଶୀ

ଲୋମ ଥରା ଦୃଶ୍ୟେ ତନୁ ଥରାଇଲୁ

  ବିଭତ୍ସ ତାଣ୍ଡବ ଅତି।।।

ଶେଷ ଯାମିନୀ ଟା ବ୍ୟାକୁଳ ହେଲାଣି

 ବିଦାୟ ବେଳା ଆସୁଛି

ଶେଷ ଧାଡ଼ି କହି ପୂର୍ଣ୍ଣଚ୍ଛେଦ ଟାଣେ

  ମୁଁ ନୂଆ ସୂର୍ଯ୍ୟ ର ଛବି।।।

ନବ ଦିଗନ୍ତ ରେ ଉଇଁ ଲେଣି ରବି

  ଗଳ୍ପ କୁ କରେ ସମାପ୍ତ

ନୂତନ କିରଣ ନେଇ ମୁଁ ଆସିଛି

  ଝଲସେ ଗବାକ୍ଷ ଫାଙ୍କ।।।

ଭାବ ବଣ୍ଟନରେ ନିଶାର୍ଦ୍ଧ ବକ୍ଷ ଟା

  କଡ ଲେଉଟାଇ ଦେଲା

ପକ୍ଷୀ କାକଳି ରେ ନୂତନ ସୂର୍ଯ୍ୟ ରେ

  ନୂତନ ବର୍ଷ ଆସିଲା

Rasmi mayee


Rate this content
Log in