ଟୁଉକୁ ମୂଷି ରେ ଟୁଉକୁ ମୂଷି.
ଟୁଉକୁ ମୂଷି ରେ ଟୁଉକୁ ମୂଷି.
ଟୁଉକୁ ମୂଷି ଲୋ ଟୁକେଇ ମୂଷି
କେଉଁଠି ତୁହି ଥାଉ
ଛାତ ଉପରେ ଧାନ ଶୁଖିଲେ
ହାଜର ହୋଇଯାଉ
ଟିକି ଦାନ୍ତରେ ଧାନକୁ ନେଇ
ଚାଉଳ କରିଦେଉ
ପାଖକୁ ତୋର ଗଲେ ମୁଁ ଚାଲି
ଗଛକୁ ଚଢିଯାଉ
ଚାହିଁ ତୁ ଥାଉ ଗଛ ଉପରେ
ତଳକୁ ଗଲେ ମୁହିଁ
ଚୁପ କରି ଓହ୍ଲାଇ ଆସି
ଧାନ କୁ ଦେଉ ଖାଇ
କାହାର ତୁହି କରୁନା କ୍ଷତି
ଆପଣା ସୁଖେ ଥାଉ
ତୋ ବସା ତୋତେ ଲାଗଇ ଭଲ
ଆନନ୍ଦରେ ତୁ ରହୁ
ପିଠିରେ ତୋର ତିନୋଟି ଗାର
ଦିଶେ ଭାରି ସୁନ୍ଦର
ପ୍ରଭୁ ଶ୍ରୀ ରାମ ଙ୍କ ଆଶୀର୍ବାଦ
ରହିଛି ତୋ ଉପର
ଛୋଟ ଜୀବଟିଏ ହୋଇ
ତୁହି
ସେତୁବନ୍ଧରେ ବାଲି
ପକାଉଥିଲୁ ପାଣିରେ ବୁଡି
ବାଲିରେ ଗଡି ଗଡି
ପ୍ରଭୁଙ୍କ ଉପକାର କରିବା
ଥିଲା ତୋହରି ଲକ୍ଷ୍ୟ
ସେଇଥିପାଇଁ ପ୍ରଭୁ ତୋ ଦେହେ
ଦେଲେ ଆଙ୍ଗୁଳିଛାପ
ପୂର୍ବ ଜନ୍ମରେ କେତେ ତପସ୍ୟା
କରିଥିଲୁ ଗୁଣ୍ଡୁଚି
ଶ୍ରୀରାମଙ୍କର ହାତ ପରଶ
ପାଇ ହୋଇଲୁ ଖୁସି
ଜୀବନ ତୋର ହୋଇଲା ଧନ୍ୟ
ପ୍ରଭୁଙ୍କ ସ୍ପର୍ଶ ପାଇ
ଦେଖିଲୁ ନେତ୍ରେ ପ୍ରଭୁ ଶ୍ରୀରାମ
ମୁକତି ଗଲୁ ପାଇ
ଯାହା ତୁ ପାଉ ଆନନ୍ଦେ ଖାଉ
ପରିବାର କୁ ନେଇ
ସୁଖ ଶାନ୍ତିରେ ଜୀବନ କାଟୁ
ପ୍ରଭୁଙ୍କ ରୂପ ଧ୍ୟାୟୀ ।