ଟଙ୍କାକେ ଚାଉଳ
ଟଙ୍କାକେ ଚାଉଳ
ଟଙ୍କାକେ ଚାଉଳ ମିଳୁନି ଏଥର
ମାଗଣାରେ ମିଳେ ପଡ଼ି
କହିଲେ ସର୍କାର ହେବ ନାଁ ଆମର
ଖୋଲିଲେ ଗୁମର ପେଡ଼ି ।।
ପଛେ, ବିରୋଧୀ ଛାଡନ୍ତି ରଡ଼ି
ଗରିବଙ୍କ ତଣ୍ଟି ସରକାର ଚିପି
କାଟିଲେ ତାଙ୍କର ପଡ଼ି ।।
କିଏ ଦିଏ ଏଠି ଟଙ୍କାକେ ଚାଉଳ
କିଏ ଦିଏ ମାଗଣାରେ
ଭୋଟ ପାଇଁ କେତେ ଫନ୍ଦି କିଏ ରଟେ
ଦେଶ ଡୁବୁ ୠଣ ଭାରେ
ମିଛି, ମିଛିକା ଯୋଜନା କରେ
ହାତେ ଶଙ୍ଖା ଥାଇ ଦର୍ପଣ ଖୋଜଇ
ଜନତା ମଇଦାନରେ ।।
ପାଞ୍ଚ ଟଙ୍କା ମିଲ କରିଦିଅ ନିଲ
ଖୋଲି ଦିଅ ପ୍ରତି ଗ୍ରାମେ
ତା ସାଥିରେ ସୁରା ମିଳୁ ଥାଉ ପରା
p>
ପ୍ରତିକ୍ଷଣେ ପ୍ରତିସ୍ଥାନେ
ବଢ଼ୁ, ରାଜକୋଷ ଦଶ ଗୁଣେ
ଜନେ ପିଉଥିବେ ଗୁଣ ଗାଉଥିବେ
ଜିତୁ ଥିବ ସବୁ ଦିନେ ।।
ମାଗଣାରେ ଶିକ୍ଷା ମାଗଣାରେ ସ୍ୱାସ୍ଥ୍ୟ
ଷାଠିଏ ବର୍ଷରେ ଭତ୍ତା
ଜନ୍ମରୁ ମରଣ ବିନା ସୁଧେ ଋଣ
ଯୋଜନା ଖାଞ୍ଜନ୍ତି ନେତା
କେହି, ପାଆନ୍ତିନି ତାର ପତ୍ତା
ଚାହିଁଛି ବିରୋଧୀ ଜଳ ଜଳ ହୋଇ
ଡୁବି ଯିବ ତାର ସତ୍ତା ।।
ହେଉ ଯେତେ ଋଣ କ୍ଷମତା ଆସନ
ସବୁଠି ହେଉଛି କିଣା
ଧନ୍ୟ ସରକାର ଜନତା ଆମର
ହୋଇଲେଣି ବାଟ ବଣା
ବଣା, କରେ ମାଗଣା ଯୋଜନା
କେତେ ବେଳେ ଦେଶ ବନ୍ଧା ପଡ଼ିଯିବ
କା ପାଶେ ନାହିଁ ଠିକଣା ।।