Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manasmita Das

Children Stories Children

4  

Manasmita Das

Children Stories Children

ଟିକି ହୃଦୟତ ମୋର

ଟିକି ହୃଦୟତ ମୋର

1 min
324


ଟିକି ପିଲା ମୁହିଁ ଟିକି ହାତ ମୋର

     ଟିକି କଢି ଅଟେ ଏଇ ମନ ମୋର ।। ୧।।

ଟିକି ପାଦେ ଚାଲେ ଚଲାପଥ ମୋର

     ଟିକି ହୃଦୟ ରହିଛି ବଳ  ମୋର ।। ୨।।

ଚଲା ପଥେ ଅସୁ ଯେତେ ବାଧା ବିଘ୍ନ

      ତାକୁ ସାମ୍ନାକରି ହେବିତ ମୁଁ ପାର ।। ୩।।

ଦିଅ ମତେ ଧୈର୍ୟ୍ନ ଦିଅ ମତେ ଶକ୍ତି 

      ଦିଅହେ ବିଭୁ ମନେ ବିଶ୍ୱାସ ମୋର ।। ୪।।

ଟିକି କଢି ଅଛି  ଆଜି ସିନା  ମୁହିଁ

       ଫୁଟି ମହକାଇବି ବାସ୍ନାରେ  ମୋର ।। ୫।।

ଟିକି ହୃଦୟରେ  ଭରି ଦିଅ ମୋର

       ଦୟା , କ୍ଷମା ଚିରନ୍ତନ ହେ ଠାକୁରେ ।। ୬।।

ଟିକି ହୃଦେ ଭରି ଦିଅ ଭକ୍ତି ମୋର

       ତୁମ ପାଦେ ରହୁ ନିତି ଚିତ ମୋର ।। ୭।।

ଟିକି ତୁଣ୍ଡେ ଦିଅ ଶଦ୍ଦ ସବୁ  ମୋର

       ତୁମ ନାମ  ଜପୁ ଥିବି  ଦାମୋଦର ।। ୮।।

ତୁମ ଦର୍ଶନ କରୁ ଥାଉ  ସର୍ବଦା

       ଟିକି ଟିକି  ଚକ୍ଷୁ ଦୁଇଟି ମୋହର ।। ୯।।

ଟିକି ଟିକି  ହସ୍ତ  ଦୁଇଟି  ସର୍ବଦା

      ଲାଗିଥାଉ ତୁମର ସେବା ରେ ମୋର ।। ୧୦।।

ଟିକି ପାଦ  ଚାଲୁଥାଉ ସଦା ମୋର

      ଦର୍ଶନ  କରିବାକୁ  ତୁମ  ମନ୍ଦିର ।। ୧୧।।

ଟିକି ଶିଶୁଟିଏ  ମୁଁ କଳା ଠାକୁର

      ତୁମେ ମତେ  କର ନାହିଁ  ଅନାଦର ।। ୧୨।।

ପ୍ରଭାତରେ ମୁଁ ଜନ୍ମ ଦିନରେ ମୋର

       ପାଦେ କରେ ସାଇ ପ୍ରସାଦ  ଜୁହାର ।। ୧୩।।

ତୁମକୁ ସମର୍ପିଲି  ଜୀବନ  ମୋର

    ହେ ବାବା  ଭୋଳାନାଥ  ଶିବ ଶଙ୍କର ।। ୧୪।।

              



Rate this content
Log in