ଟିକି ଚଢେଇ ର କରାମତି
ଟିକି ଚଢେଇ ର କରାମତି


ଟିକି ଚଢେଇ ର କରାମତି,
ବସା କରିଛି ଉଚ୍ଚରେ ଅତି ।
ସରୁ ଡାଳେ ସେ କରିଛି ନୀଡ,
ଚଢି ନପାରିବେ ଯେମିତି ବଡ।
ଘାସ, କୁଟାରେ କରିଛି ବସା,
ପବନେ ଦୋହଲେ ଦୋଳି ଯେସା।
ସାଥୀ ପକ୍ଷୀ ତାର ଅଟଇ ମିତ,
ଜରୁରୀ ସମୟେ କରଇ ହିତ।
ଛୋଟ ଶିଶୁଙ୍କ ଯତନ ନିଏ,
ପୋକ ଆଣି ସେ ଆଧାର ଦିଏ।
ଶତ୍ରୁଙ୍କ ଉପରେ କଡା ନଜର,
ରାବ କରି ସେ କରଇ ଦୂର ।
ସାଥୀ ପକ୍ଷୀ ସଙ୍ଗେ ଦୂରକୁ ଯିବ,
ଶାବକ ପାଇଁ ଦାନା ଆଣିବ ।
ଚିଇଁ ଚାଁ ଶବ୍ଦ ମଧୁର ଲାଗେ,
ମା ପକ୍ଷୀ ମନେ ମମତା ଜାଗେ ।