Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Minakshi Samal

Inspirational Children

3  

Minakshi Samal

Inspirational Children

ଟିକି ଅଭିଳାଷ

ଟିକି ଅଭିଳାଷ

1 min
179



ଟିକି ହାତେ ଆମ ଗଢିବୁ ଦୁନିଆଁ

ସୁନ୍ଦର ସବୁଜମୟ

ସେନେହ ମମତା ସିଞ୍ଚି ଦେଇଯିବୁ

ଈର୍ଷାର ହେବ ବିଲୟ।

ଭୂଲି ଭେଦଭାବ ସଭିଁଙ୍କୁ କରିବୁ

ଆମେ ଅତି ଆପଣାର

ସ୍ନେହ ସୌହାର୍ଦ୍ଦର ସେତୁ ଯେ ବାନ୍ଧିବୁ

ପର ହେବ ସହୋଦର।

ସନ୍ତୁଳିତ ଖାଦ୍ୟ ସରାଗେ ଖାଇବୁ

ନିତ୍ୟ ବ୍ୟାୟାମ କରିବୁ

ଯୋଗାଭ୍ୟାସ କରି ଶରୀରକୁ ଆମ 

ନିରୋଗ ସଦା ରଖିବୁ।

ସ୍ବଚ୍ଛତା ମାନିବୁ ସଚେତନ ହେବୁ

(ସଭିଁଙ୍କୁ)ଅବଗତ କରାଇବୁ

କୁହୁକର ଛଡି ଆମରି ହାତରେ 

ପ୍ରମାଣିତ କରିଦେବୁ।

ପୁରୀ ସହରକୁ ପରିମଳ କରି

ରଖିବୁ ସଫାସୁତରା

ବିଶ୍ବ ଦରବାରେ ଶଙ୍ଖକ୍ଷେତ୍ର ନାମେ

ବାଜିବ ଯୋଡି ନାଗରା।

ପୁରୀ ବେଳାଭୂମି ସୌନ୍ଦର୍ଯ୍ୟରେ ଭରା

ଅଟେ ପର୍ଯ୍ୟଟନ ସ୍ଥଳ

ମହୋଦଧି ଜଳ ଅଟଇ ପବିତ୍ର 

(ତାକୁ)ରଖିବୁ ସଦା ନିର୍ମଳ।

ନୀଳାଚଳ ଧାମ ଜଗତେ ବିଖ୍ୟାତ

ନାହିଁ କେହି ତାର ସରି

ପବିତ୍ର ପୁରୀର ମହତ ରଖିବୁ

ଏ ପରା ଗର୍ବ ଆମରି।




Rate this content
Log in

Similar oriya poem from Inspirational