ତଥାପି
ତଥାପି
ମୁଁ ଜାଣିଛି ତୁ କେବେବି ଫେରି ଆସିବୁନି,
ତଥାପି ଚାହିଁଛି ତୋର ଫେରିବା ବାଟକୁ।
ମୁଁ ଜାଣିଛି ତୋ ପ୍ରେମ ଥିଲା ଖାଲି ଛଳନା,
ତଥାପି କରୁଛି ବିଶ୍ବାସ ମନ କାହିଁ ମାନେନା।
ମୁଁ ଜାଣିଛି ମିଛ ଥିଲା ତୋର ସେ ସିନ୍ଦୁର,
ତଥାପି ପିନ୍ଧିଛି ମଥାରେ ଦିଶେ ବୋଲି ସୁନ୍ଦର।
ମୁଁ ଜାଣିଛି ତୁ ଖେଳୁଥିଲୁ ମୋ ମନ ସାଙ୍ଗେ,
ତଥାପି ଆଶା ଅଛି ଭିଜିବାକୁ ତୋର ପ୍ରେମ ରଙ୍ଗେ।
ମୁଁ ଜାଣିଛି ତୁ ଚଢ଼େଇଟେ ପରଦେଶୀ,
ତଥାପି ବାନ୍ଧିଛି ବସା ଫେରି କେବେ ଯିବୁ କାଳେ ବସି ।
ମୁଁ ଜାଣିଛି ମନ ତୋର ଯାଯାବର,
ତଥାପି କାହିଁକି କରିବାକୁ ଚାହେଁ ତତେ ମୋ ନିଜର।
ମୁଁ ଜାଣିଛି ତୁ ଏକ କଳଙ୍କିତ ଜହ୍ନ,
ତଥାପି କାହିଁକି କେଜାଣି ତତେ ମୁଁ ଦିଏ ସମ୍ମାନ।
ମୁଁ ଜାଣିଛି ବାର ନାରୀ ସଙ୍ଗେ ତୋର ବାସ,
ତଥାପି ଚାହିଁଛି କରିବାକୁ ତୋର ସଙ୍ଗେ ରାସ।
ମୁଁ ଜାଣିଛି ସ୍ବପ୍ନ ମୋର ଏକ ମରୀଚିକା,
ତଥାପି ଚାହିଁଛି କାଳେ କେବେ ହେଇଯିବ ଦେଖା।