ତଥାପି ମୁଁ ବିତ୍ତଶାଳୀ
ତଥାପି ମୁଁ ବିତ୍ତଶାଳୀ
ତଥାପି ମୁଁ ବିତ୍ତଶାଳୀ,
ପ୍ରଭାତ ନେଇଆସେ ସେ ଖୁସି ପୁରୁଣା
ସୂର୍ଯ୍ୟ ଭେଦେ କୁହୁଡ଼ିର ଝାପସା ଅଗଣା
ରାତ୍ରିର ଭରା ଥିଲା ଦୁଃଖ ସବୁ ଯେତେ
ଆଶାର କିରଣରେ ଚୁମି ନେଲା ସତେ
ଉଠ,ହୁଅ ଉଲ୍ଲସିତ - ଅନ୍ତରାତ୍ମା ଭାଷେ
କ'ଣ ବା ତୁମର କ୍ଷତି ସକାଳ ଆକାଶେ।
ତଥାପି ମୁଁ ବିତ୍ତଶାଳୀ,
ବନ୍ଧୁ ମୋ ବିଶ୍ଵସ୍ତ ଅତି, ଯେ ଯେତେ ପୁରୁଣା
ବିଶ୍ବାସ ଅଟେ ତାଙ୍କର ମୋ ଘର ଅଗଣା
ଚାହାନ୍ତିନି କେବେ ବି ସେ ସୁନା ଉପହାର
ସାମର୍ଥରେ ଘେରା ଇଚ୍ଛା କେବଳ ପ୍ରେମର
କ'ଣ ମୁଁ ଆଗାମୀ ରାସ୍ତା କରିବିନି ପାରି -
ଯଦିଓ ପୁରୁଣା କିଛି ଖୁସି ଅଛି ମରି !
ତଥାପି ମୁଁ ବିତ୍ତଶାଳୀ,
କର୍ତ୍ତବ୍ୟର ଆହ୍ବାନ ମୋ ପ୍ରବାହ ସତତ
ଚାହିଁଲେ ବି ପାରେନି ମୁଁ କରି ବିଳମ୍ବିତ
ପ୍ରତ୍ୟେକ ମୁହୂର୍ତ୍ତ ଧରି କାର୍ଯ୍ୟର କ୍ଷୀପ୍ରତା
କିଛି କାର୍ଯ୍ୟ କରାଯିବ, ଦୟା ପ୍ରେମ କଥା
ପ୍ରଭୂ ଯାହା ଦେଇଛନ୍ତି ମୋତେ ଏ ଜୀବନ
ଅଂଶଟିଏ ତାହାର ଯା ଅଟେ ଚିରନ୍ତନ !
ମୂଳ ରଚନା : ଥୋମାସ କୁର୍ତିସ୍ କ୍ଲାର୍କ