ଠାକୁର ହେ
ଠାକୁର ହେ
1 min
6.8K
ଠାକୁର ହେ ମୋତେ ଠକି ଠୁଳାଇଲ
ଠାକୁରପଣକୁ ନିନ୍ଦା
ଗୋଛା ଗୋଛା ଗାଳି ଗରିମାର ଗପ
ଲାଗଇ ଗୋରଖ ଧନ୍ଦା -୦-
ମହିମା ମେରୁ ହେ ମାଗିତ ନଥିଲି
ମହୀଟା ଯାକର ସୁଖ
ମାଗିଛି ମାତର ମୋ ମରଣ ଯାଏ
ମୁଠିଏ ଶାନ୍ତିର ଭିକ
ଜରା ରେ ଯାପିନି ଦିନେ ବି ଜୀବନ
ଜାଣି ସାଥୀ କଲ ବିଦା -୧-
ତିଳ ତିଳ ତିକ୍ତେ ତଥାପି ଜିଉଁଛି
ତୁମେ ତାଳୁ ତିଆରିଛ
ବିଳାପେ ବିଶ୍ବାସ ବାଟବଣା ହୁଏ
ଏ ବିଧି କି ଭିଆଇଛ ?
ଯା ହେଉ ଜଗତେ ଜୀବନ ଯାତଟା
ଜାଣେ ଯବନିକା ବନ୍ଧା -୨-