Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

2  

Ram Prasad Bisoi

Others

ତଥାଗତ-ତୁମେ କଳ୍ପନା

ତଥାଗତ-ତୁମେ କଳ୍ପନା

2 mins
7.1K


ସଂଳାପ-୮୫
 
ତଥାଗତ-ତୁମେ କଳ୍ପନା
 
ତଥାଗତ, 
କିଏ ?
ସେ ଲେଖାଇ ଦିଏ 
ଆଉ 
ଲେଖି ଚାଲେ - 
କବି,
କେତକ କହନ୍ତି ! 
କବି ତୁମେ ଅପ୍ରାକୃତିକ ,
ପାଗଳ; 
ଯଦି କଳ୍ପନା,ଭାଵପ୍ରବଣତା,
ପାଗଳାମି ହୁଏ,
ତା ହେଲେ ଈଶ୍ୱର କଣ ?
ଯାହାରି କଳ୍ପନାରେ 
ସୃଷ୍ଟି ପଞ୍ଚତତ୍ଵ, ଜୀବ ଜଗତ,
ତା ହେଲେ ସେ ବି  କଣ 
ପାଗଳ?
ତଥାଗତ, 
କେବେ ବୁଝିଛ, କେବେ ପଚାରିଛ, 
ତୁମ ଅସ୍ତିତ୍ୱ ବି ନୁହେଁ କି 
ଗୋଟିଏ କଳ୍ପନା?
ତୁମେ ବି ଜଣେ,
କାଳ୍ପନିକ,ଦାର୍ଶନିକ,ଅବା ଜଣେ କବିଙ୍କ ସୃଷ୍ଟି;
ତୁମ ଅସ୍ତିତ୍ବ,
ତାହେଲେ - 
ତୁମେ ସ୍ରଷ୍ଟା ନା ସୃଷ୍ଟି--------!
 
ତଥାଗତ,
ତୁମେ ପ୍ରତିତ ଅବାସ୍ତବତା,
କବି କିନ୍ତୁ 
ଜଣେ ସ୍ପନ୍ଦିତ ବାସ୍ତବ,
ତୁମେ କହିପାର 
କବିର ସୃଷ୍ଟି 
ଝୁଲି ରହିବାକୁ ବାଧ୍ୟ
କଳ୍ପନା ଓ ବାସ୍ତବ 
ମଧ୍ୟରେ 
କିନ୍ତୁ 
କେବେ ଶୁଣିବାକୁ ଚେଷ୍ଟା କରିଛ,
ତା ଆବେଗ,ତା ବେଦନା, 
ତା ସଙ୍ଗମର ମୂର୍ଚ୍ଛନା
ତା କାବ୍ୟ ନାୟିକା ସହ
ଯେତେବେଳେ 
ସେ ସୃଷ୍ଟି କରି ଚାଲିଥାଏ 
ତା କାବ୍ୟ କଳିକା,
କବି ଟିଏ ହୋଇ ଜନ୍ମ ନିଅ
ତଥାଗତ,
ବୁଝି ପାରିବ ପ୍ରସବ ବେଦନାର
ଅସହ୍ୟ ପୀଡା-----!!
 
ହଁ ସତ,କିଛି ସତ୍ୟ କବିଙ୍କୁ ଦେଇଛି ସମାଜ 
ସେଥିପ୍ରତି ତା ପ୍ରତିବଦ୍ଧତା ବି ରହିଛି,
ତା ଲିଖନୀରୁ ନିସୄତ ହୁଏ, 
ସତ୍ୟ କେବଳ ସତ୍ୟ, 
ତା ଅନୁଭୂତି,
ତାକୁ ଭଲ ଲାଗି ନ ପାରେ,
ପ୍ରଚଳିତ ସମାଜର 
ଚରଚରିତ ପଦ୍ଧତି,ଜୀବନ ଶୈଳୀ
ତା କଳ୍ପନାରେ ଲୁଚି ରହି ଥାଇପାରେ ଆଗତ ଅନିଶ୍ଚିତ ଭବିଷ୍ୟତ,
ତା ଆଖି ଆଗରେ 
ସ୍ୱପ୍ନ ଗୁଡିକ ଭାଙ୍ଗି ଚୁର ମାର ହୋଇ ଯାଇ ଥାଇପାରେ 
ବିଳାପ କରେ, ଚିତ୍କାର ବି କରେ,
ସୃଷ୍ଟି କରି ପାରେ ବିପ୍ଳବ,
ଆନନ୍ଦିତ ହେଲେ ବାଣ୍ଟି ଚାଲି ପାରେ
ରସାମୃତ ପ୍ରକୃତି,ଆକାଶ,ବର୍ଷା,କାକର,ସନ୍ଧ୍ୟା,ଦିବା,ରାତି ସବୁ ତାର ,
ସେଥିରେ ସେ ହଜି ପାରେ,
ଆପଣାଇ ପାରେ
ସେଥିପାଇଁ ସେ ଭିନ୍ନ, ତା ପୃଥିବୀ ବି ଭିନ୍ନ ପୃଥିବୀ ,
ସେ ଅପରିଚିତ,
ତଥାପି
ତୁମେ ତାକୁ ଚିତ୍ରିତ କର
ଅପ୍ରାକୃତିକ ,
ତଥାଗତ,
ତୁମେ ଜାଣି ରଖ
ସେ ବାସ୍ତବ 
ତୁମେ ପ୍ରତିତ ବାସ୍ତବ
ତୁମେ ତା 
କଳ୍ପନାର- ଗୋଟିଏ ଚରିତ୍ର
 
©®କାଶ୍ୟପ,ରାୟଗଡା ।


Rate this content
Log in