Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sarat Jal

Romance

2  

Sarat Jal

Romance

ତରେ ଭାରି ଭଲପାଉଚି

ତରେ ଭାରି ଭଲପାଉଚି

1 min
6.9K


ମନ ଆଇନାରେ ତୁମ ଛବି ଦେଖେ

ଲୁହରେ ଭିଜେଇ ଭିଜେଇ

ପୁରୁଣା ସ୍ମୃତିକୁ ରଖିଛି ସାଇତି

ପାରିବିନି ତାକୁ ହଜେଇ ॥

ହୃଦୟ ଭିତରେ ବସିଛୁ ତୁ ଏକା

ହୃଦୟର ରାଣୀ ସାଜି

ମୋ ଭଲପାଇବା ଆଜିବି ବଞ୍ଚିଚି

ତୋ ପାଇଁ ଲହୁରେ ଭିଜି ॥

ସଂପର୍କ ଗଢିଲୁ ମୋ ସାଥିରେ ଯେବେ

ସଂପର୍କରେ ଦେଲୁ ବିଷ

ଅଳପ ଦିନର ଗଳପ ଆମର

ଅଧାରେ ହୋଇଲା ଶେଷ ॥

ମୋ ସିନ୍ଦୂର ତୋର ସିନ୍ଥୀରେ ଲାଗିନି

ଆଉକା ସିନ୍ଦୂର ଦେଲୁ

ମତେ ମାରିଦେଇ ଛଳନା ଛୁରୀରେ

କେଉଁ ସୁଖ ବା ପାଇଲୁ ॥

ତଥାପି ମୋ ମନେ ଦୁଃଖ ନାହିଁ ପ୍ରିୟା

ଦୁଃଖ ମୋର ଖାଲି ଏତିକି

ବାକି ଜୀବନ ମୋ କେମିତି କଟିବ

ପଥର କରିଛି ଛାତିକି ॥

ଯେଉଁଠି ଥାଆ ତୁ ଭଲରେ ଥାଆ ଲୋ

ଏ ଶୁଭକାମନା କରୁଚି

ମରିଗଲା ପରେ ଆତ୍ମା ମୋ କହିବ

ତତେ ଭାରି ଭଲ ପାଉଚି ॥

ଶରତ ଚନ୍ଦ୍ର ଜାଲି

ତା:୩୧/୭/୧୮


Rate this content
Log in