Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binata Mohanta

Classics

3  

Binata Mohanta

Classics

ତୋରି ପାଇଁ

ତୋରି ପାଇଁ

1 min
190


ଶ୍ରାବଣ ପଦାର୍ପଣ କଲେ

     ପ୍ରଥମେ ମନେ ପଡେ ଏହିଦିନ

କ୍ୟାଲେଣ୍ଡର ରେ ଦେଖିଥାଉ

   ‌   କେବେ ପୂର୍ଣ୍ଣିମା,ପଡୁଛି କେଉଁ ଦିନ ।


ମନେ ପଡୁଛି ଅତିତର

     ସମସ୍ତ ସ୍ବର୍ଣ୍ଣାଭ କାହାଣୀ

ଆମ ଦୁହିଁଙ୍କର କଳିଝଗଡା

     ଓ ପର ମୂହୁର୍ତ୍ତର ମିଶାଣି ।


କାହାର ଭାଗ ହେଲା ଅଧିକ

     କାହାର ପଡିଲା କମ୍ 

ଏହାର ସମାଧାନ କରୁ କରୁ

     ମା' ହୋଇ ଥାଏ ନାକେଦମ ।


ରାକ୍ଷୀ ପୂର୍ଣ୍ଣିମାର ଅପେକ୍ଷାରେ

     ଜଗି ବସିଥାଏ ଭଉଣୀ

ଭାଇ ହାତେ ରାକ୍ଷୀ ବାନ୍ଧି

     ଅପେକ୍ଷିତ ଉପହାର ପାଇବା ଚାହାଣୀ ।


ଏହି ଉପହାର ହୋଇ ଥାଏ

    ତା' ପାଇଁ ଅତି ଅମୂଲ୍ୟ

ମନେ ଦିଏ ଏହା ଆନନ୍ଦ

     ପବିତ୍ର ବନ୍ଧନର ଭେଟି ଅତୂଲ୍ୟ ।


ଭରିରହୁ ଆମ ମଧ୍ୟରେ

    ଏହି ସ୍ନେହ, ଆଦର ଓ ସଦିଚ୍ଛା

ରାକ୍ଷୀ ପୂର୍ଣ୍ଣିମାରେ ମୋ ଭାଇକୁ

     ଅନେକ ଶୁଭକାମନା ଓ ଶୁଭେଚ୍ଛା । 


            


Rate this content
Log in

Similar oriya poem from Classics