ତୋ ପ୍ରେମରେ
ତୋ ପ୍ରେମରେ
ନଦୀ ସାଗରେ ଲୀନ ହେବାପରି
ମୁଁ ଲୀନ ହେବାକୁ ଚାହେଁ
ତୋ ପ୍ରେମରେ l
ଗୋଲାପ ଫୁଲର ବାସ୍ନା
ପରି
ମୁଁ ମହକି ଯିବାକୁ ଚାହେଁ
ତୋ ପ୍ରେମରେ
କ୍ଷୀର ନୀର ସହିତେ ମିଶିଯିବା ପରି
ମୁଁ ମିଶି ଯିବାକୁ ଚାହେଁ
ତୋ ସାଥିରେ l
ତୁଳସୀ ନିଜକୁ ଜଗା
ଠାରେ
ସମର୍ପି ଦେବାପରି,
ମୁଁ ନିଜକୁ ସମର୍ପିବାକୁ
ତୋ ପ୍ରେମରେ l
ଆକାଶରେ ତାରା ଚମକିବା ପରି
ମୁଁ ଚମକିବାକୁ ଚାହେଁ
ତୋ ପ୍ରେମରେ l
ନିଜକୁ ହଜାଇ ଦେଇ
ଆତ୍ମବିଭୋର ହେବାକୁ ଚାହେଁ
ତୋ ପ୍ରେମରେ l