ତୋ' ଛୁଆଁ
ତୋ' ଛୁଆଁ
ତୋ ଛୁଆଁରେ
ପ୍ରୀତି ନିଆଁରେ
କେତେ ମୁଁ ଜଳିବି ଆଉ
ମୋ' ପ୍ରିୟା ହୋଇ ତୁ'
ଥାଉ ଥାଉ ।0।
ନିଦାଘ ଆସିଲା ଧସେଇ ପଶିଲା
ମୋ' ଛାତିରେ ଜାଳି ନିଆଁ ।
ଶ୍ରାବଣୀଟା ବାଟ ଭୁଲି ଗଲା ଯେବେ
ମନ ବୁଝିଲାନି କିଆଁ ।
ଅଧା ରହିଗଲା ମନର ପିପାସା
କିଏ ବା ବୁଝିବ କାହୁଁ ॥୧॥
ଭୋଦୁଅ ଖରାଟା ଦାଉ ସାଧୁଥିଲା
ଜାଳୁଥିଲା ମନ ପ୍ରାଣ ।
ଆଶିନ ଆସିଲା ପ୍ରୀତିପାର୍ବଣରେ
ଜଗେଇଲା ଶିହରଣ ।
ସ୍ଵପ୍ନ କେତେ ମୋର ସତ ହେଇଗଲା
ମୋ ଦେହ ଛୁଉଁ ଛୁଉଁ ॥୨॥

