Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Jena

Inspirational Others

4  

Pranati Jena

Inspirational Others

ତୋ ବାଙ୍କ ଚାହାଁଣି

ତୋ ବାଙ୍କ ଚାହାଁଣି

1 min
204



ମନ ନିଏ କିଣି ତୋ ବାଙ୍କ ଚାହାଁଣି

ଅଭୁଲା ତୋ ସ୍ମିତହସ,

ତୋ ରୂପ ମାଧୁରୀ ହୃଦୟ କୁ ଜିଣି

କରିଦିଏ ସତେ ବଶ......


କୁହୁକ ଭରା ତୋ ବଂଶୀ ରେ ଯମୁନା

 ନୀଳ ଉର୍ମିମାଳା ରାଜି,

ସୁରେ, ସୁରେ ଭିଜା ଉତ୍ତାଳେ ଅବୁଝା

 ମଧୁର ମୂର୍ଚ୍ଛନା ସାଜି......


 ସତେ ଗୀତ ଗୋବିନ୍ଦର ରାଗରେ ମୁକୁନ୍ଦ

 କଦମ୍ବ ମୂଳରେ ଧ୍ୟାନ,

 ପହଡ଼ ହୁଏକି ନୀଳାମ୍ଭୁ  ଶୋଭିତ

 ବିଳପି ଉଠେ ମୋ ମନ.......


ଶବ୍ଦ ଚଉରା ରେ ଭାବ ତୁଳସୀରେ

ନୀଳଚକ୍ର ଦିଶୁଥାଇ,

ବୃନ୍ଦାବତୀ ମୂଳେ ମୟୁର ଚୁଳରେ

ତୁଳସୀରେ ଶୋଭୁଥାଇ.......


ସମ୍ପର୍କ ଡୋରରେ ହୃଦ ପଲକ ରେ

କାୟା, ଛାୟା ପରା ତୁହି,

ସବୁ ଏଠି ମିଛ ଏକା ସତ୍ୟ ତୁରେ

କେମିତି ଭୁଲିବି ମୁହିଁ ......


ଭିନ୍ନ ମୋର ବିଶ୍ୱାସ ତୁମୋ ନିଶ୍ୱାସ

ନିସ୍ଵ ବୋଲି କହିବି ନାହିଁ,

ଯାର ପଦେ ଆଶ୍ରିତ ମୋ ହୃଷିକେଶ

ବିଶ୍ୱ ଚିନ୍ତାମଣି ତୁହି......


ମୁଁକାର ଉର୍ଦ୍ଧରେ ପ୍ରାପ୍ତି, ଅପ୍ରାପ୍ତିରେ

ବନ୍ଧନ ନିବିଡ଼ ତୋର,

ମାୟା, ମୟ ଏ ସଂସାର ବାରିଧିରେ

ନାଵଟିଏ ତୁହି ମୋର......


ଚିକ, ଚିକ ରଙ୍ଗେ ସବୁ କ'ଣ ସୁନା

କାଳିଆ ପରି କେ ଅଛି,

ଆତ୍ମାରେ ଦର୍ଶନ ଭବ୍ୟ ସେ ଭାବନା

ଯିଏ ଥରେ ପରଖିଛି.....


ଦେହ ଦେଉଳରେ ଶ୍ରଦ୍ଧା ପାହାଚରେ

ଝୁଲି, ଝୁଲି ବନମାଳି,

ନିସର୍ତ୍ତ ଆତ୍ମାରେ ମନ ଗମ୍ଭିରାରେ

ଅଦେଖା ସ୍ୱସ୍ତି ଦୀପାଳି......


ଗଢିପାରେ ଯିଏ ଭାଙ୍ଗିପାରେ ସିଏ

ଜଟିଳ, ସରଳ ହୋଇ,

ଗୀତାର ଦର୍ଶନେ ବେଦର ଓଁକାରେ

ଧ୍ଵନି, ପ୍ରତିଧ୍ଵନି ସେଇ......


ସମୟ ସ୍ୱଳ୍ପରେ ସାନ୍ତ୍ୱନା ଅଳ୍ପରେ

ଶୂନ୍ୟତାରୁ ଦିଏ କହି,

ମହାମନ୍ତ୍ରରେ ଆତ୍ମାରେ ନିରନ୍ତରେ

ହଜିନାହିଁ, ହଜିନାହିଁ......


Rate this content
Log in

Similar oriya poem from Inspirational