Rajakishore Mundi

Romance


3  

Rajakishore Mundi

Romance


ତମେ

ତମେ

1 min 189 1 min 189

ତୁମେ ସାଜି ଥିଲ     ମାେ ମନର ମହୁରୀ

       ନିଖୁମ୍ ରାତିର ସାଥି

ଶିଖାଇଲ ମୋତେ    ଜିଇଁବାର ନିିଶା

      ପଢାଇଲ ପ୍ରେମ ପୋଥି !!୧!!

ପାଖେ ଥିଲେ ମୋର    ସ୍ୱପ୍ନ ଲୋଡା ନାହିଁ

     ଲୋଡା ନାହିଁ ଜହ୍ନ ରାତି

ଆପେ ଆପେ ଆସି  ଗୋଲାପର ବାସ୍ନା

     ମହକଇ ଦିନରାତି !!୨!!

ମୋତି ଓ ମାଣିକ    ଫିକା ଫିକା ଲାଗେ

     ସାଥେ ଥିଲେ ତୁମ ପ୍ରିତୀ

ସୌନ୍ଦର୍ଯ୍ୟର ଆଉ       ଲୋଡ଼ାକି ପଡ଼ିବ

     ତୁୁୁମେ ଥିଲେ ରୂପବତୀ !!୩!!

ପ୍ରିତୀ ମଲ୍ଲାର ତୁୁୁମେ   ପୂର୍ଣ୍ଣିମାର ଜହ୍ନ

     ପଦ୍ମ ପାଖୁଡ଼ା ଶିଶିର

ଫଗୁୁଣର ବାସ୍ନା          ମହକାଇ ତୁମେ

     ଆସି ଥିଲ ଘରେ ମାେର !!୪!!

 ହୃଦୟର ଫୁଲ          ବଗିଚା ଭିତରୁ

       ଗୋଲାପ ଗୋଟିଏ ତୋଳି 

ତୁମ ଗଭା ପରେ        ଖୋସି ଦେଇ ଥିଲି

         ଲାଜ ସରମକୁ ଭୁଲି !!୫!!

    


Rate this content
Log in

More oriya poem from Rajakishore Mundi

Similar oriya poem from Romance