Hurry up! before its gone. Grab the BESTSELLERS now.
Hurry up! before its gone. Grab the BESTSELLERS now.

Er Subhransu Kumar Behera

Romance


3  

Er Subhransu Kumar Behera

Romance


ତମେ

ତମେ

1 min 174 1 min 174


ପଦୁଅଁ ଫୁଲଇ

ଜଳାଶୟପରେ 

ସତେ ଅବା ନିରିମାଖି ,

ଆଉ କା ରୂପକୁ 

ଆଗରେ ପଛରେ

ଦେଖୁଥାଏ ଏଇ ଆଖି ,

ହେଲେ ତୁମର ସରସୀ 

ରୂପ ଲାବଣ୍ୟଟି ...

ମୋ ଆଖିରେ ଯାଇଛି ଲାଖି ।


ଫୁଲଟେ ହସିଲେ 

ଉପବନଟିରେ

ମଧୁର ମଧୁର ବାସେ ,

ଆଉ କେ ହସିଲେ

ଆଗରେ ପଛରେ

ହସଟି କେବଳ ଦିଶେ ,

ହେଲେ ଅଳପ ଟିକିଏ 

ତୁମ ଓଠ ହସ ...

ଏ ହୃଦୟଟିକୁ ଯେ ଗ୍ରାସେ ।


କୋଇଲିର ସ୍ଵର

ଆମ୍ର ଡାଳ ପରେ

ଶୁଭେ କି ସୁନ୍ଦର ଆହାଃ ,

ଆଉ କେ ଗାଇଲେ

ଆଗରେ ପଛରେ

କହୁଥାଏ ବାଃ ବାଃ ,

ହେଲେ ଅଳସୀ ପ୍ରିୟାର

କଥା ଦୁଇ ପଦ ...

ଏ ଦେହଟି ପାଅଇ ରାହା !


କଇଁ କହୁଥାଏ

ତୁମେ ତୁମେ କେତେ

କଅଁଳେଇ ଜହ୍ନଟିକୁ ,

ଇଏ ସିଏ ସବୁ

ତୁମେ ତ କହନ୍ତି

ଜଗି ରଖି ସଂପର୍କକୁ ,

ହେଲେ ତୁମର ତୁମେ ଟି

ଲାଗଇ କାହିଁକି ...

ଭାରି ମିଠା ଏଇ ମନଟିକୁ ।



Rate this content
Log in

More oriya poem from Er Subhransu Kumar Behera

Similar oriya poem from Romance