Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sanuja Meghamala

Romance

3  

Sanuja Meghamala

Romance

ତମେ

ତମେ

1 min
249


ସକଳେ ଡାକନ୍ତି 'ତମେ' 'ତମେ 'ବୋଲି

 ସେ 'ତମେ 'ର ମୂଲ୍ୟ ନାହିଁ

ତମେ ଯେବେ ମୋତେ ତମେ ବୋଲି କହ

ଏତେ ମିଠା କାହିଁ ପାଇଁ ?

ଧୂପ - ମାୟାଧର ମାନସିଂହ#୫


ତମେ ମୋ ଜୀବନ ସୁନେଲି ସପନ

ଜହ୍ନ ଭରା ମଧୁ ରାତି

ତମେ ରଙ୍ଗଭରା ଫଗୁଣର ଚିଠି

ଅପା ଶୋରା ପ୍ରେମ ଗୀତି।


କାହିଁକି କେଜାଣି ତମେ ପାଶେ ଥିଲେ

ଜୀବନ ଟା ଲାଗେ ମିଠା

ଗଲେ ତମେ ଦୂରେ ଝୁରେ ତମ ପାଇଁ

ମନେ ଭରିଯାଏ ବ୍ୟଥା ।


ତମେ ହସିଦେଲେ ହସେ ମନ ପ୍ରାଣ

ଗଢି ଉଠେ ପ୍ରୀତି ସୌଧ

ଆନମନା ହୁଏ ଅଭିସାରିକା ମୁଁ

ତୋଳି ମିଳନର ଛନ୍ଦ।


ତମ ପାଇଁ ସାଥୀ ସଜେଇ ରଖିଛି

ମୋର ମନ ଉପବନ

ତମେ ମୋର କାୟା ମୁଁ ତମର ଛାୟା

ମୁଁ ଜୀବ ତମେ ଜୀବନ।


 

 




 





Rate this content
Log in