STORYMIRROR

Amit Bal

Abstract Romance Others

4.5  

Amit Bal

Abstract Romance Others

ତମ ସେ କଜଳ ଆଖିର ପ୍ରେମରେ

ତମ ସେ କଜଳ ଆଖିର ପ୍ରେମରେ

1 min
193


ତମ ସେ କଜଳ ଆଖିର ପ୍ରେମରେ

କିଏ ପଡିଗଲେ ଭ୍ରମରେ

ନିଦ ହଜିଯାଏ ତା ନିଜ ଆଖିରୁ

ହସ ଲିଭିଯାଏ ଅଧରେ ,


ନୀଳ ଆକାଶଟା ନୀଳ ଲାଗେ ନାହିଁ

ବନଲତା ହୁଏ ବେରଙ୍ଗ

ମଥା ପିଟି ପିଟି ନୀଳ ଢେଉ ଲୋଟେ

ବେଳାଭୂମି ଲାଗେ ନିଃସଙ୍ଗ ,


ମନ ଉପବନେ ଗୋଲାପ ଫୁଟେନା

କରେ କେତେ କେତେ ବାହାନା

ଯେତେ ପରକାରେ ବୁଝାଇ କହିଲେ

ମନ ଜମା ତା'ର ବୁଝେନା ,


ସତରେ ତମ ସେ ଆଖିର ମାୟାରେ

ଅଜଣା ଋତୁର ମହକ

ଧିରେ ଧିରେ କରି ମନ ଚୋରି କରେ

ହୃଦୟରେ ଭରି ପୁଲକ ।



Rate this content
Log in

Similar oriya poem from Abstract