ଥୁଣ୍ଟା ଗଛ
ଥୁଣ୍ଟା ଗଛ
ସଭିଏଁ କୁହନ୍ତି ଥୁଣ୍ଟା ଥୁଣ୍ଟା
ହସଲାଗେ ମୋତେ
ମୋର ଏଇ ଥୁଣ୍ଟାପଣକୁ ନେଇ ନୁହେଁ ମ !
ତୁମର ବୁଝିବା ଆଉ ଅକୃତଜ୍ଞ ମନ କୁ ନେଇ ।।
ମୋ ଚାରିପଟେ ତ ଭାବନାର ଅନେକ ଜଙ୍ଗଲ
ଦୁବ ରୁ ଦ୍ରୁମ ହେବାଯାଏ
ସମର୍ପିଣର ଦର୍ପଣ
ଥିଲି କେବେ ମୁଁ ସଦା ମୁହଁ ରେ
ହସ ଫୁଟେଇପାରୁଥିବା
ରୌଦ୍ରକ୍ଲାନ୍ତ ଗଛ ।।
ତୃଷ୍ଣା ମୋର ନିବାରଣର ସନ୍ଧାନେ
ନିର୍ଦିଷ୍ଟ ଅନ୍ତର୍ମୁଖୀ ମୁଁ ପ୍ରତିଟି ଚେର
ଲମ୍ବିଥାଏ ପୃଥିବୀ ର ଏମୁଣ୍ଡୁ ସେମୁଣ୍ଡ
ପରିପ୍ରେକ୍ଷୀରେ ତୃଷ୍ଣା ମାନେ ତୃଷ୍ଣା
ତୃପ୍ତି ତନ୍ତ୍ରତ ନୁହେଁ ।।
ଶୂନ୍ୟତାର ସଙ୍ଗେ ଯାର ସଙ୍ଗତି
ତାର ସଭିଏଁ ସାଙ୍ଗ,
ଜନ୍ମ ନେଲା ମାନେ ହି ତ ମରିବାକୁ ହୁଏ
ବିଧି ର ନିୟତି
ସାଉଁଟା ସବୁ ବୁଣିଯାଏ
ବିଛାଡି ହୋଇପଡେ
ସିଏ ତାର ଅବିରତ ଘୁରୁଥାଏ
ଫରକ୍ ପଡେନି ।।
ପକ୍ଷୀ ମାନେ ଉଡିଯାନ୍ତି
ଏଇଠୁ ନିଜ ଶାବକଗଣଙ୍କୁ ଉଡା ଶିଖେଇ
ଅନ୍ଧାର ଭିତରଦେଇ ନୀଳ ଆଡକୁ
ମୋରି ଶାଖା ର କୁଟାଲଟାର ବସାରୁ ।।
କେବେ ଦିନେ ହସୁଥିବା ଫୁଲମାନେ
ଏବେ ବି ହସୁଥାନ୍ତି ସେମାନେ ଫୁଲ ନ
ନ ହସିବେ କେମିତି ଧର୍ମ ଯେ ନ ରଖିବେ କେମିତି!
ସୁମେରୁ ର ସକାଳ ମିଠା ମିଠା ଲାଗେ
ଯେବେ ବରଫ ଚଟ୍ଟାଣ ରେ ଝଲସି ଯାଏ
ଖରା ମୋ ଥୁଣ୍ଟା ଛାଇଟିକୁ କୋଳେଇ ।।
ଆସ୍ତରଣ ସବୁ ସ୍ତର ପରେ ସ୍ତର ଉନ୍ମୁକ୍ତ
ସାଞୁ ପିନ୍ଧା ଢେଉ ସହ ସଂଘର୍ଷ
ସେଇ ହାତ ସବୁ
ଯିଏ ମୋରି ଡାଳରେ ଦୋଳି, ଡାଳିମାଙ୍କୁଡି ଖେଳିଲା ପରେ
ଆଜି କୁରାଡୀ ଧରି ଠିଆ
ଆଉ କୁହେ ,"ହେ ଥୁଣ୍ଟା ଗଣ୍ଡି ଟେ
ଚାଲ୍ କାଟିଦବା "
ଏଠି ବି ମୁଁ ହି ଜିତିଯାଏ ଜୀବନ ଠୁ
ଅନାୟାସରେ ଶେଷ ଯାଏ
ସବୁ ଦେଇସାରି
ସେଇ ବା ମୋ ଧର୍ମ ।।