ଥୁ
ଥୁ


ଗୋଟେ ଅଦେଖା ଡୋର
ଅକ୍ଷାଂଶରୁ ଦ୍ରାଘିମା ଯାଏ
ଅଦୃଶ୍ୟ
କିନ୍ତି ଦିଶୁଥାଏ
ମାଟିରୁ ଆକାଶ
ବର୍ଷାରୁ ସମୁଦ୍ର ଭର୍ତ୍ତୀ
ସମ୍ମୋହନ
ଅକଳନ
ଆନନ୍ଦ
ଗୁଡେଇ ହୋଇଥାଏ
ହୃଦ ଚାରିପଟ
ଜୀବନ
ହସେ
ସେ ନିରୁତା ସମ୍ପର୍କରେ।
ଶବ୍ଦ ନିଅଁଣ୍ଟ
ସୁଧା କିନ୍ତୁ ଝରେ
ମହକେ
ମନ ଅଗଣା
'ବନ୍ଧୁତା' ମଧୁମାଳତୀ
ଗନ୍ଧେ
ଏ ଏମିତି ବନ୍ଧନ
ବିନା ଜଞ୍ଜିରରେ
ସଭିଙ୍କୁ ବାନ୍ଧେ।
ପଛରେ
ସବୁ ରହିବ
ସଭିଙ୍କୁ ଜଣା
ତଥାପି କି ଆସକ୍ତି
ଆପଣା ପଣ
ଅଭିଯୋଗ
ଅଭିମାନ ଫର୍ଦ୍ଦ
ଫାଟ
ଫେଭିକିଉକି ର ପୁଣି ଯୋଡ
ସବୁ ରାଗ ଋଷା 'ଥୁ'
ନଥାଏ କିଛି ତୁ, ତୁ କି ମୁଁ।