Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manoj kumar Maharana

Others Tragedy

3  

Manoj kumar Maharana

Others Tragedy

ଥରୁଟିଏମାନିଯାଅମୋ ପ୍ରେମିକା ବୋଲି

ଥରୁଟିଏମାନିଯାଅମୋ ପ୍ରେମିକା ବୋଲି

2 mins
7.8K



ମୁଁ କେବେ ବି କହିବିନି..

ତୁମେ ମୋତେ ଏକାଡେମୀରେ

ଲୁଚି ଲୁଚି ଚାହୁଁଥିଲ ବୋଲି, ଆଉ

ମୋ ନୋଟ ଖାତାକୁ ନେଇ

ପ୍ରେମ ଚିଠି ଦେଉଥିଲ ବୋଲି...

କେବଳ ଥରୁଟିଏ ମାନିଯାଅ

ତୁମେ ମୋ ପ୍ରେମିକା ବୋଲି.. |1|


ମୁଁ କେବେ ବି କହିବିନି..

ତୁମେ ମୋତେ ଦେଖିବା ପାଇଁ ରାତି ଦଶଟା ରେ

ତୁମ ଘର ଫାଟକ ପାଖକୁ ଡାକୁଥିଲ ବୋଲି,

ଆଉ.. କେହି ନ ଦେଖିଲା ଭଳି

କ୍ଷୀଣ ଚୁମ୍ବନ ଦେଉଥିଲ ବୋଲି..

କେବଳ ଥରୁଟିଏ ମାନିଯାଅ

ତୁମେ ମୋ ପ୍ରେମିକା ବୋଲି.. |2|


ମୁଁ କେବେ ବି କହିବିନି..

କ୍ଲାସ ମିସ କରି ଗୋଟିଏ ସାଇକେଲରେ

ଦୁହେଁ ପାର୍କ ଯାଉଥିଲେ ବୋଲି, ଆଉ

ଗୋଟିଏ ଆଇସ କ୍ରିମକୁ ଦୁହେଁ ଖାଇ

ବୋଟିଙ୍ଗ କରୁଥିଲେ ବୋଲି..

କେବଳ ଥରୁଟିଏ ମାନିଯାଅ

ତୁମେ ମୋ ପ୍ରେମିକା ବୋଲି.. |3|


ମୁଁ କେବେ ବି କହିବିନି..

ପୁଷ ମାସ ଶୀତ ସକାଳେ ତୁମେ ମୋତେ

ତୁମ ସ୍କୁଟି ପଛରେ ବସାଇ,

ଶୀତର ପ୍ରକୋପେ ଦୁଇ ଶରୀରକୁ ଏକ କରି

ଯାଉଥିଲେ କଳିଙ୍ଗା ଘାଟିକୁ, ଆଉ..

ପ୍ରତିଦିନ ତାପସ ଦୋକାନରେ

ଗୋଟାଏ କପରେ ଦୁହେଁ ଚାହା ପିଉଥିଲେ ବୋଲି..

କେବଳ ଥରୁଟିଏ ମାନିଯାଅ

ତୁମେ ମୋ ପ୍ରେମିକା ବୋଲି.. |4|


ମୁଁ କେବେ ବି କହିବିନି..

ତୁମ ଘରେ ବାପାମାଆ ନଥିଲା ବେଳେ

ତୁମ ଘରକୁ ଯାଇଥିଲି ବୋଲି, ଆଉ..

ତୁମ ହାତରନ୍ଧା ମାଛ ତରକାରି

ଖାଇଥିଲି ବୋଲି..

କେବଳ ଥରୁଟିଏ ମାନିଯାଅ

ତୁମେ ମୋ ପ୍ରେମିକା ବୋଲି.. |5|


ମୁଁ କେବେ ବି କହିବିନି..

ଫେବୃଆରୀ ଚଉଦରେ ତୁମେ ବାପାଙ୍କୁ

ମିଛ କହି ଟଙ୍କା ଆଣି ମୋତେ ସାର୍ଟପ୍ୟାଣ୍ଟ

ଉପହାର ଦେଇଥିଲ ବୋଲି, ଆଉ

ମୁଁ ମୋ ରକ୍ତ ବିକି ତୁମକୁ

ଚୁଡିଦାର ଦେଇଥିଲି ବୋଲି..

କେବଳ ଥରୁଟିଏ ମାନିଯାଅ

ତୁମେ ମୋ ପ୍ରେମିକା ବୋଲି.. |6|


ମୁଁ କେବେ ବି କହିବିନି...

ଏକାଡେମୀର ଯେତେ ପ୍ରୀତି ସ୍ମୃତି କଥା..

କୋଲ୍ଡବାରରେ ଯେତେ ସନ୍ଧ୍ୟା କଥା,

ଆଉ ଗଣେଷ ପୂଜା,ସରସ୍ବତୀ ପୂଜା,

ପିକନିକ କଥାକୁ ଖୋଲି..

କେବଳ ଥରୁଟିଏ ମାନିଯାଅ

ତୁମେ ମୋ ପ୍ରେମିକା ବୋଲି.. |7|


ମୁଁ କେବେ ବି କହିବିନି..

ରସଲକୋଣ୍ଡା ଛାଡିବାର ଶେଷଦିନ କଥା,

ତୁମେ କାନ୍ଦୁଥିଲ ଅମାନିଆ ବର୍ଷା ହୋଇ

ଆଉ ମୁଁ ଝୁରୁଥିଲି ବିରହି ଚାତକଟିଏ ଭଳି..

କେବଳ ଥରୁଟିଏ ମାନିଯାଅ

ତୁମେ ମୋ ପ୍ରେମିକା ବୋଲି.. |8|


ମୁଁ କେବେ ବି କହିବିନି..

ମୋ ଅନୁପସ୍ଥିତିରେ ତୁମେ

ହାତ କାଟିଥିଲ ବୋଲି,

ଆଉ ତୁମ ବାପାଙ୍କ ରାଣରେ

ତୁମ ଘରେ ମୋ ପ୍ରେମକୁ

ଉତ୍ସର୍ଗ କରିଥିଲି ବୋଲି..

କେବଳ ଥରୁଟିଏ ମାନିଯାଅ

ତୁମେ ମୋ ପ୍ରେମିକା ବୋଲି.. |9|


ମୁଁ କେବେ ବି କହିବିନି..

ସିନ୍ଦୂର ପିନ୍ଧିବା ପରେ ମଧ୍ୟ..

ଆଜି ବି ତୁମେ ଆମ ପ୍ରେମକୁ

ସାଇତି ରଖିଛ ବୋଲି,

ଆଉ..ମୋତେ ତୁମ ହୃଦୟେ

ଲୁଚାଇ ରଖିଛ ବୋଲି..

କେବଳ ଥରୁଟିଏ ମାନିଯାଅ

ଦୁନିଆଁକୁ ପ୍ରମାଣ ଦେବାପାଇଁ

ତୁମେ ମୋ ପ୍ରେମିକା ବୋଲି.. |10|


Rate this content
Log in