ଥରୁଟିଏ ବାସ୍ତବତାକୁ ଚାଲିଆସନା
ଥରୁଟିଏ ବାସ୍ତବତାକୁ ଚାଲିଆସନା
ନୀରବତାର ନୀରଳ ମୁହୂର୍ତ୍ତଟିଏ
ବାସ୍ତବତାଠାରୁ ବେଶି ଦୂର ନୁହେଁ,
ଗପିବାକୁ ଇଛାହୁଏ ସେଇ ନୀରବତା ସହ
ନିକାନ୍ଚନ ପ୍ରହରେ, ନୀରବ ହୋଇ ,
ସ୍ୱପ୍ନର ସହର, ଭାଙ୍ଗିଯିବାର ଭୟ
ତଥାପି ଇଛାହୁଏ ହଜିଯିବାକୁ ତୁମ ଭିତରେ
ମଜ୍ଜିଯିବାକୁ ଆଉ ଭିଜେଇଦେବାକୁ ନିଜକୁ,
ପ୍ରୀତିଭରା ତୁମ ଦୁଇ ନୟନରେ ।
କୁମୁଦିନୀର ରାଜୀବ ପ୍ରତି ଇର୍ଷା,
ପ୍ରେମ ପାଇଁ ଦୁହେଁ ସମର୍ପିତା,
ଦୂରେ ଥିଲେବି ଚିରନ୍ତନ ଶାଶ୍ୱତ।,
ଚନ୍ଦ୍ର ପାଇଁ କଇଁ,ରବି ପାଇଁ ପଦ୍ମ ,
ପ୍ରିୟା ପ୍ରିୟଙ୍କର ଅପୂର୍ବ ସଂଯୋଗ ମଧ୍ୟରେ
ଖୋଜେ ମୁଁ ତୁମକୁ ପ୍ରତିମୂହୁର୍ତ୍ତରେ।
ହଁ ଗପେ ମୁଁ ତୁମ ଛବିସହ (ମନେ ମନେ)
ନିର୍ଜନ ପ୍ରହରେ ଭିଜିଯାଏ ଦେହମନ
ତୁମ ପ୍ରତୀକ୍ଷାରେ ।
ବୈଶାଖର ଶ୍ରାବଣକୁ ଉପେକ୍ଷା
ତଥାପି ତୁମ ପାଇଁ ମୋର ଅପେକ୍ଷା,
ଏତେ ଗହଳିରେ ବି ତୁମେ ଚମକୁଥାଅ
ପାହାନ୍ତିଆ ସକାଳର କଅଁଳ ଖରାରେ ବି
ଅନୁଭବ କରେ ମୁଁ ତୁମ ଉପସ୍ଥିତ କୁ,
ସତରେ କଣ ମୁଁ ଅବାସ୍ତବ ଦୁନିଆରେ ଅଛି କି ?
ହେଲେ ସବୁବେଳେ ତ ତମେ ଏମିତି ହିଁ
କିଛି ସମୟ ପାଇଁ ଆସି ଦୂରେଇ ଯାଅ.
ହେଇପାରେ ତୁମେ ମୋ କଳ୍ପନା ବା ଭାବନା
ସେ ଯାହାବି ହେଉ ,ତୁମେ ଅଛ ମୋ ଭାବନାରେ
ଏତିକି ହିଁ ମୋର କାମନା
ହେଲେ ଏଇ ଅମାନିଆ ମନ କାଇଁ ଆଜି ବୁଝେନା
ଏଇ ଥରୁଟିଏ ବାସ୍ତବତାକୁ ଚାଲିଆସନା।